www.samajalive.in
Sunday, December 14, 2025
26.1 C
Bhubaneswar

ଦୂର କରନ୍ତୁ ଭାଗ୍ୟଦୋଷ !!

ସମସ୍ତଙ୍କ ଭାଗ୍ୟରେ ଶୀଘ୍ର ଉନ୍ନତି ସମ୍ଭବପର ହୋଇ ନ ଥାଏ। କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ କାମ ଉନ୍ନତି ଦିଗକୁ ଅଗ୍ରସର ହେବାକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ କାର୍ଯ୍ୟଟି ଅସଫଳ ହୋଇଯାଏ। ଅନେକ ପରିଶ୍ରମ କଲେ ମଧ୍ୟ କାମଟି ସଫଳ ହୋଇ ନଥାଏ। ତେଣୁ ସେମାନେ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି। ଆସନ୍ତୁ ଜାଣିବା କିପରି ଭାବେ ଭାଗ୍ୟ ଦୋଷ ଦୂର କରିବା …..


ପ୍ରତିଦିନ ସକାଳେ ସ୍ନାନ କରି ସାରିବା ପରେ ତୁଳସୀ ଗଛ ଓ ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ।
ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ପ୍ରଥମେ ଗାଈକୁ ଓ ଶେଷରେ ବଳିଥିବା ଖାଇବାକୁ କୁକୁରକୁ ଦିଅନ୍ତୁ। ଏହାଦ୍ୱାରା ଘରେ ବିଭିନ୍ନ କୁଦୃଷ୍ଟିର ପ୍ରଭାବ କମିଯାଇଥାଏ।

- Advertisement -


ସକାଳେ ଗାଧୋଇ ସାରିବା ପରେ ପୂଜା ଘରକୁ ଭଲ ଭାବରେ ସଫା କରି ଦିଅନ୍ତୁ। ତାପରେ ଭଗବାନଙ୍କୁ ସତେଜ ଫୁଲ ଚଢାନ୍ତୁ। ଠାକୁର ଘରକୁ ଠିକ ଭାବେ ସଫା ନ କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ।
ସର୍ବଦା ପୂଜା ଓ ଯଜ୍ଞାଦି କରି ସାରିବା ପରେ ପୂଜା ସାମଗ୍ରୀକୁ ନଦୀରେ ଭସାଇ ଦିଅନ୍ତୁ। ଅଟାରେ ଛୋଟ ଛୋଟ ଗୋଲି ପ୍ରସ୍ତୁତ କରି ମାଛଙ୍କୁ ଖାଇବାକୁ ନଦୀରେ ପକାନ୍ତୁ। ଯଦି ଏହି କାମ ପ୍ରତିଦିନ କରି ପାରୁ ନାହାନ୍ତି ତେବେ କେବଳ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶୁକ୍ରବାର କରିପାରିବେ।


ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ବାପା ଓ ମାଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories