ଲଗାତାର ଦ୍ୱିତୀୟ ମାସରେ ବଢିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ .- ଲଗାତାର ଦ୍ୱିତୀୟ ମାସ ପାଇଁ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବଢ଼ିଛି ।  ଏହା ସହ ବିମାନର ଇନ୍ଧନର ମୂଲ୍ୟ ବୃଦ୍ଧି ଘଟିଛି । ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର  ମୂଲ୍ୟ ୪୨.୫ ଟଙ୍କା ବୃଦ୍ଧି ପାଇଛି ।

ଏବେ ଦିଲ୍ଲୀରେ ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟ  ୪୯୫.୮୬ ଟଙ୍କା ଥିବା ବେଳେ ବିନା ସବସିଡ୍ ଯୁକ୍ତ ସିଲିଣ୍ଡର ମୂଲ୍ୟ ୭୦୬.୫୦ ଟଙ୍କା ରହିଛି । ଏହି ନୂଆ ଦରକୁ ଏପ୍ରିଲ ଏକ ତାରିଖରୁ ଲାଗୁ ହୋଇଛି ।

Comments are closed.