www.samajalive.in
Saturday, December 6, 2025
26.1 C
Bhubaneswar

କୋଇଲା ଓ ବିଜୁଳି ପରେ ଆସିଲା ଏଲ୍‍ପିଜି ଇସ୍ତ୍ରୀ

କୋଇଲା ଭର୍ତ୍ତି ଇସ୍ତ୍ରୀରେ ଅସୁବିଧାର ସମ୍ମୁଖୀନ ହେବାରୁ ଇସ୍ତ୍ରୀ ବା ଲଣ୍ଡ୍ରିବାଲା ମାନେ ବିଜୁଳି ଚାଳିତ ଇସ୍ତ୍ରୀ ବ୍ୟବହାର କରୁଥିଲେ। ଏଥିରେ ଅଧିକ ଖର୍ଚ୍ଚ ଓ କମ୍‍ ଲାଭ ହୋଇଥାଏ, ଏହାସହ ବିଦ୍ୟୁତ୍‍ ଆଘାତ ଲାଗିବାର ସମ୍ଭାବନା ମଧ୍ୟ ରହିଥାଏ। ତେବେ ବର୍ତ୍ତମାନ ଇସ୍ତ୍ରୀବାଲାମାନେ ଏଲ୍‍ପିଜି ସିଲିଣ୍ଡର ସାହାଯ୍ୟରେ ଲୁଗା ଇସ୍ତ୍ରୀ କରୁଛନ୍ତି। ଏଥିପାଇଁ ସେମାନେ ସ୍ୱତନ୍ତ୍ର ଜ୍ଞାନ, କୌଶଳରେ ତିଆରି ଇସ୍ତ୍ରୀର ବ୍ୟବହାର କରୁଛନ୍ତି। ଲୁହାରେ ତିଆରି ଏହି ଇସ୍ତ୍ରୀରେ ଏକ ପାଇପ ଲାଗିଛି ଯାହାକୁ ସିଲିଣ୍ଡରର ରେଗୁଲେଟର ସହ ସଂଯୁକ୍ତ କରାଯାଇଛି। ଏହି ଇସ୍ତ୍ରୀ ରୋଷେଇଘର ଗ୍ୟାସ୍‍ ଚୁଲା ଭଳି କାମ କରୁଛି। ମାତ୍ର ଏଥିରେ ନିଆଁ ବାହାରେ ନୁହେଁ ବରଂ ଭିତରେ ଲାଗିଥିବା ପେନେଲ୍‍ରେ ପହଞ୍ଚିଥାଏ, ଯାହା ଇସ୍ତ୍ରୀର ବାହାର ଭାଗକୁ ଗରମ କରିଥାଏ।
ଅନ୍‍ଲାଇନ୍‍ରେ ମଧ୍ୟ ଏହି ଏଲ୍‍ପିଜି ଆଇରନ୍‍ କିଣି ହେବ। ଗୋଟିଏ ଇସ୍ତ୍ରୀର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା। ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ ବା ଭାରତୀୟ ତୈଳ ନିଗମ ଏହାର ତିନୋଟି ମଡ଼େଲ୍‍ ବାହାର କରିଛି ଯାହାର ମୂଲ୍ୟ ୨,୫୦୦ ଟଙ୍କାରୁ ଆରମ୍ଭ କରି ୭,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଲ୍‍ପିଜିରେ ଚାଳିତ ଏହି ଇସ୍ତ୍ରୀର ଓଜନ ପ୍ରାୟ ୬.୫ କିଲୋଗ୍ରାମ ରହିଛି। ପାଞ୍ଚ କି.ଗ୍ରା ଓଜନ ସିଲିଣ୍ଡର ଦ୍ୱାରା ୧,୧୦୦ ଲୁଗା ଇସ୍ତ୍ରୀ ହେଉଥିବା ବେଳେ ୧୯ କି.ଗ୍ରା ସିଲିଣ୍ଡର ଦ୍ୱାରା ୪,୫୦୦ ଲୁଗା ଇସ୍ତ୍ରୀ ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories