www.samajalive.in
Monday, December 8, 2025
27.1 C
Bhubaneswar

ଲଭ୍‌ ଜିହାଦ ମାମଲା: ଅଭିଯୁକ୍ତର କାଶ୍ମୀର ଲିଙ୍କ୍ ଖୋଜୁଛି ପୁଲିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଲଭ୍‌ ଜିହାଦ ମାମଲାର ଅଭିଯୁକ୍ତ ସମୀର ମନସୁରର କାଶ୍ମୀର ସମ୍ପର୍କ ଖୋଳତାଡ଼ କରୁଛି କମିସନରେଟ୍ ପୁଲିସ। ଏନେଇ କାଶ୍ମୀର ପୁଲିସ ସହ କମିସନରେଟ୍ ପୁଲିସ ଯୋଗାଯୋଗ କରିଛି। ସେହିପରି ବିହାର ପୁଲିସ ଜରିଆରେ ଅଭିଯୁକ୍ତ ସମୀର ମନସୁରର ସମସ୍ତ ରେକର୍ଡ ହିଷ୍ଟ୍ରୀ ମାଗିଛି ପୁଲିସ। କେଉଁ ଗ୍ରୁପ୍ ସହ ସମୀର ମନସୁରର ସମ୍ପର୍କ ରହିଛି, ତାକୁ ନେଇ ତଦନ୍ତ ଚାଲିଛି।
ଏନେଇ ପୁଲିସ ଆୟୁକ୍ତ ଏସ୍‌ ଦେବଦତ୍ତ ସିଂ କହିଛନ୍ତି ଯେ, ସମୀର ବିଷୟରେ ତଥ୍ୟ ହାସଲ ପାଇଁ ବିହାର ଓ ଜ‌ମ୍ମୁ-କାଶ୍ମୀର ପୁଲିସ ସହ ସମ୍ପର୍କରେ ରହିଛୁ। ଏହି ମାମଲାର ଜଣେ ମହିଳା ଏସିପିଙ୍କୁ ଦାୟିତ୍ବ ଦିଆଯଇଛି। ସମୀରର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଓ ବ୍ୟାଙ୍କ ଆକାଉଣ୍ଟକୁ ଖୋଳତାଡ଼ କରାଯାଉଛି। ଏଥିସହ ତା’ ନାଁରେ ଅନ୍ୟ ରାଜ୍ୟରେ ଆପରାଧିକ ମାମଲା ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି। ଅଭିଯୋଗକାରିଣୀ ପୀଡ଼ିତାଙ୍କୁ ଯେଉଁଭଳି ଭାବେ କାଉନସେଲିଂ କରାଯିବା କଥା, ସେହିଭଳି ତାଙ୍କୁ କାଉନସେଲିଂ କରାଯାଉଛି। କୌଣସିପ୍ରକାର ଆତଙ୍କବାଦୀ ସଂଗଠନ ସହ ସମୀରର ସମ୍ପର୍କ ଅଛି ନା ନାହିଁ ସେ ଦିଗରେ ତଦନ୍ତ କରାଯାଉଛି।
ସୂଚନାଯୋଗ୍ୟ ଯେ, କାଶ୍ମୀରରେ ରହୁଥିବା ବିହାରର ଯୁବକ ସମୀର ମନସୁର ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଲଭ୍‌ ଜିହାଦର ଶିକାର କରିବାକୁ ଯୋଜନା କରିଥିଲା। ପ୍ରକୃତ ପରିଚୟ ଲୁଚାଇ ଠକିବାକୁ ଉଦ୍ୟମ କରିଥିବାବେଳେ ଯୁବତୀ ଜଣଙ୍କ ଏହା ଜାଣିପାରି ତା’ଠୁ ଦୂରାଇବାକୁ ଚାହିଁଥିଲେ। ହେଲେ ଯୁବତୀଙ୍କୁ ଧମକଚମକ ଦେବା ସହ ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ହତ୍ୟା ଧମକ ଦେଇଥିଲ‌ା ସମୀର। ଏନେଇ ପୀଡ଼ିତା ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ୨୦୨୨ରେ ଫ୍ରି-ଫାୟାର ଅନଲାଇନ୍ ଗେମ୍ ମାଧ୍ୟମରେ ତାଙ୍କର ସମୀର ନାମକ ଯୁବକ ସହ ପରିଚୟ ହୋଇଥିଲା। ପରେ ଫୋନ୍‌ରେ କଥାବାର୍ତ୍ତାବେଳେ ସମୀର ନିଜକୁ ହିନ୍ଦୁ କହି ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇଥିଲା। ଏମିତିକି ବିଶ୍ବାସ ଜନ୍ମାଇ ଗତ ମାର୍ଚ୍ଚ ମାସରେ ସେ ଓଡ଼ିଶା ଆସିଥିଲା ଓ ଉଭୟେ ପୁରୀ ବୁଲିବାକୁ ଯାଇଥିଲେ। ହେଲେ ସେଠି ସେ ସମୀର ଅନ୍ୟ ଧର୍ମର ହୋଇଥିବା ଓ ତା’ ନାଁ ସମୀର ମନସୁର ବୋଲି ଜାଣି ଏ ସମ୍ପର୍କକୁ ବିରୋଧ କରିଥିଲେ। ସମୀର ତାଙ୍କୁ ବାଧ୍ୟ କରି ଏକ ହୋଟେଲକୁ ନେଇ ସେଠାରେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ଏହାକୁ ବିରୋଧ କରିବାରୁ ସେ ମାଡ଼ ମାରିଥିଲା। ତା’ ସହ ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ ଗାଳିଗୁଲଜ କରି ଏକ ବ୍ୟାଗ୍‌ରୁ ଛୁରି ବାହାର କରି ହତ୍ୟା ଧମକ ବି ଦେଇଥିଲା। ଖାଲି ସେତିକି ନୁହେଁ ବିବାହ ନକଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ କରିବାକୁ ଧମକ ଦେଇଥିଲା। ବିବାହ ପାଇଁ ରାଜି ନହେବାରୁ ପରେ ଉକ୍ତ ଭିଡିଓକୁ ପରେ ସମୀର ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ସହ ବ୍ଲାକମେଲ୍ ଧମକ ଦେଇ ୫ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିବା ସେ ଦର୍ଶାଇଛନ୍ତି। ଝାରପଡ଼ା କାରାଗାରରେ ଥିବା ଅଭିଯୁକ୍ତ ସମୀରକୁ ଜିମାରେ ଆଣି ଜେରା କରିବାକୁ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories