www.samajalive.in
Thursday, December 11, 2025
16.1 C
Bhubaneswar

ଆଇଏସ୍‌ଏଲ: ଓଡ଼ିଶା ଏଫ୍‌ସି-ମୋହନ ବାଗାନ ମ୍ୟାଚ୍‌ ଡ୍ର

କଟକ: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)-୨୦୨୪-୨୫ର ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପରଜାଏଣ୍ଟ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଶେଷ ହୋଇଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଦୁଇ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।
ଘରୋଇ ପଡ଼ିଆରେ ଓଡ଼ିଶା ଖେଳିଥିବା ଏଫ୍‌ସି ପ୍ରାରମ୍ଭରୁ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ୪ ମିନିଟ୍‌ରେ ଓଡ଼ିଶା ଏଫ୍‌ସି ପକ୍ଷରୁ ହୋଗୋ ବୋମାସ ଗୋଲ ଦେଇ ଓଡ଼ିଶା ଏଫ୍‌କୁ ୧-୦ରେ ଆଗୁଆ କରିଥିଲେ। ମୋହନବାଗାନ ସୁପରଜାଏଣ୍ଟ୍‌ସ ଗୋଲ ବରାବର କରିବା ନେଇ ଘନଘନ ଆକ୍ରମଣ କରିଥିଲା। ପ୍ରଥମ ଅଧଘଣ୍ଟା ଓଡ଼ିଶା ଏଫ୍‌ସି ପ୍ରାଧାନ୍ୟ ବିସ୍ତାର କରିଥିଲା। ୩୬ ମିନିଟ୍‌ରେ ମୋହନବାଗାନ ପକ୍ଷରୁ ମାନବୀର ସିଂହ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଦୁଇ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ଫଳରେ ମ୍ୟାଚ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା। ଓଡ଼ିଶା ଏଫ୍‌ସି ୮ଟି ମ୍ୟାଚରୁ ୨ଟି ବିଜୟ, ୩ଟି ଡ୍ର ଓ ୩ଟି ପରାଜୟ ସହ ୯ପଏଣ୍ଟ ପାଇ ଟେବୁଲର ୯ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମୋହନ ବାଗାନ ସୁପରଜାଏଣ୍ଟ୍‌ସ ୭ଟି ମ୍ୟାଚରୁ ୪ଟି ବିଜୟ, ଦୁଇଟି ଡ୍ର ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ମ୍ୟାଚ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଡ଼ିୟମରେ ବସି ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ମ୍ୟାଚ ଦେଖିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories