www.samajalive.in
Sunday, December 7, 2025
16.1 C
Bhubaneswar

କେବଳ ବେଲପତ୍ର ନୁହେଁ, ଏହି ଦ୍ରବ୍ୟ ମଧ୍ୟ ଭଗବାନ ଶିବଙ୍କ ପ୍ରିୟ

ଶିବ ପୁରାଣ ଅନୁସାରେ, ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ସର୍ବଦା ଶିବଙ୍କୁ ପୂଜା କରିବା ବେଳେ ବେଲପତ୍ର ନିତାନ୍ତ ଆବଶ୍ୟକ। ଭଗବାନ ଶିବଙ୍କ କୃପା ପାଇବା ପାଇଁ ବେଲପତ୍ର ସହ ଅନ୍ୟ ଦ୍ରବ୍ୟ ମଧ୍ୟ ଅର୍ପଣ କରାଯାଇଥାଏ। ବେଲପତ୍ର ଶିବଙ୍କୁ ଅର୍ପଣ କରିବା ଦ୍ବାରା ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ ବେଲପତ୍ର ବ୍ୟତୀତ ଅନ୍ୟ କେଉଁ ଦ୍ରବ୍ୟ ପସନ୍ଦ ଅଟେ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଭାଙ୍ଗ ପତ୍ରର ସରବତ ପ୍ରସ୍ତୁତ କରାଯାଇ ଭଗବାନ ଶିବଙ୍କୁ ଅର୍ପଣ କରାଇବା ଦ୍ବାରା ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। କୁହାଯାଇଛି ଯେ, ଭାଙ୍ଗ ଏକ ପ୍ରକାରର ଔଷଧ ଅଟେ। ଯେତେବେଳେ ଭଗବାନ ଶିବ ବିଷ ପାନ କରିଥିଲେ, ସେତେବେଳେ ତାହାର ଉପଚାର କରିବା ପାଇଁ ଭାଙ୍ଗ ପତ୍ରର ବ୍ୟବହାର କରାଯାଇଥିଲା।

- Advertisement -

ଦୁଦୁରା ମଧ୍ୟ ଭଗବାନ ଶିବଙ୍କର ପ୍ରିୟ ଅଟେ। ଦୁଦୁରାର ଫଳ ଓ ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ବାରା ଧନଧାନ୍ୟ ମିଳିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଅରଖ ଫୁଲ ଭଗବାନ ଶିବଙ୍କୁ ଚଢାଇବା ଦ୍ବାରା ମନୁଷ୍ୟଙ୍କ ମାନସିକ ଓ ଶାରୀରିକ କଷ୍ଟ ଦୂର ହୋଇଥାଏ।

ଅଶ୍ବତ୍ଥ ବୃକ୍ଷରେ ତ୍ରିଦେବ ଯଥା – ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ବାସ କରିଥାଆନ୍ତି। କୁହାଯାଇଛି ଯେ, ଭଗବାନ ଶିବଙ୍କୁ ଅଶ୍ବତ୍ଥ ପତ୍ର ଅର୍ପଣ କରିବା ଦ୍ବାରା ସେ ବ୍ୟକ୍ତିଙ୍କୁ ଶନିଦେବଙ୍କ କୋପରୁ ରକ୍ଷା କରିଥାଆନ୍ତି। ପ୍ରଭୁ ଗଣେଶ ଓ ଶିବଙ୍କୁ ଦୂବ ଘାସ ଅର୍ପଣ କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories