ସରଳ ଉପାୟରେ ପୂରଣ ହେବ ମନସ୍କାମନା

ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପ୍ରିୟ ମାସ। ତେବେ ଭଗବାନଙ୍କୁ ପ୍ରସନ୍ନ କରିବାର କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ। ଏହି ଉପାୟ ଦ୍ୱାରା ମନସ୍କାମନା ପୂରଣ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
ତମ୍ବାର ଏକ କଳସରେ ଜଳରେ ଗଙ୍ଗାଜଳ ମିଶାଇ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ। ଏହି ସମୟରେ ମନ୍ତ୍ର ଜପ କରନ୍ତୁ। ଧିରେ ଧିରେ ଏକ ଧାରାରେ ଜଳ ଅର୍ପଣ କରନ୍ତୁ।
ଅଖଣ୍ଡିତ ବେଲପତ୍ରରେ ଚନ୍ଦନ ତିଳକ ଲଗାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ବେଲପତ୍ର,ଦୁଦୁରା ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଶିବ ମନ୍ଦିରରେ ଘିଅ ଦୀପ ଲଗାଇବା ସହ ୧୦୮ ଥର ଶିବ ମନ୍ତ୍ରର ଜପ କରନ୍ତୁ।
କ୍ଷୀର,ମହୁ ମଧ୍ୟ ପ୍ରଭୁଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ।
ଅସହାୟଙ୍କୁ ଭୋଜନ ଓ ବସ୍ତ୍ର ଦାନ କରନ୍ତୁ।

Comments are closed.