www.samajalive.in
Tuesday, December 9, 2025
17.1 C
Bhubaneswar

ଶନିଦେବଙ୍କୁ ତେଲ ଅର୍ପଣ କରିବାର କାରଣ

ପ୍ରତ୍ୟେକ ଶନିବାର ଦିନ ଶନିଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥାଏ। ଶନିବାର ଦିନ ଭକ୍ତମାନେ ଶନିଦେବଙ୍କ ମୂର୍ତ୍ତିରେ ସୋରିଷ ତେଲ ଚଢାଇଥାଆନ୍ତି। ଏହାସହ ଦୀପ ମଧ୍ୟ ପ୍ରଜ୍ବଳିତ କରି ଥାଆନ୍ତି। ଅନେକ ଲୋକ ଶନିଙ୍କ ପାଦରେ ତେଲ ଲଗାଇ ଥାଆନ୍ତି। ଏପରି କରିବା ପଛରେ କିଛି କାରଣ ରହିଛି। ଆସନ୍ତୁ ଜାଣିବା ସେହି ବିଷୟରେ ..

ପୌରାଣିକ କଥା ଅନୁଯାୟୀ, ଏପରି କରିବାର ଏକ କାହାଣୀ ରହିଛି।

- Advertisement -

କାହାଣୀଟି ହେଉଛି, ଥରେ ଶନିଦେବ ନିଜ ଶକ୍ତି ଉପରେ ଗର୍ବ କଲେ। ସେହି ସମୟରେ ହନୁମାନଙ୍କ ଚର୍ଚ୍ଚା ଚାରି ଆଡେ ଚାଲିଥିଲା। ସମସ୍ତେ ପ୍ରଭୁ ହନୁମାନଙ୍କୁ ଖୁବ ମାନୁଥିଲେ। ତେଣୁ ଶନି ତାଙ୍କ ସହ ଲଢେଇ କରିବା ପାଇଁ କହିଥିଲେ। ଶନିଦେବ ଯୁଦ୍ଧ ପାଇଁ ଯେତେବେଳେ ହନୁମାନଙ୍କ ପାଖକୁ ଯାଇଥିଲେ ସେତେବେଳେ ସେ ଭଗବାନ ରାମଙ୍କ ଭକ୍ତିରେ ଲୀନ ଥିଲେ। ଯୁଦ୍ଧ କଥା ହନୁମାନଙ୍କୁ ଶନିଦେବ କହିଲେ କିନ୍ତୁ ସେ ତାଙ୍କୁ ବୁଝାଇବାକୁ ଲାଗିଲେ। ଶନିଦେବ ତାଙ୍କର କିଛି କଥା ଶୁଣିଲେ ନାହିଁ। ଏହି କଥାରୁ ସେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା। ପ୍ରଭୁ ହନୁମାନ ଶନିଦେବଙ୍କୁ ଯୁଦ୍ଧରେ ହରାଇ ଆଘାତ କରିଥିଲେ। ଶନିଦେବଙ୍କ ଶରୀର ଆଘାତ ପାଇବା ଦେଖି ହନୁମାନ ତାଙ୍କୁ ତେଲ ଲଗାଇଲେ। ଏପରି କରିବା ଦ୍ବାରା ଶନିଦେବଙ୍କ ସମସ୍ତ କଷ୍ଟ ଦୂର ହୋଇଗଲା। ଏହାପରେ ଶନିଦେବ କହିଲେ ଯେ, ଯେଉଁ ଭକ୍ତ ମୋତେ ଶ୍ରଦ୍ଧାର ସହ ତେଲ ଅର୍ପଣ କରିବ ତାର ସମସ୍ତ କଷ୍ଟ ଦୂର ହୋଇଯିବ। ସେହି ଦିନ ଠାରୁ ଶନିଦେବଙ୍କୁ ତେଲ ଅର୍ପଣ କରିବାର ପରମ୍ପରା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories