www.samajalive.in
Monday, December 8, 2025
20.1 C
Bhubaneswar

ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜୟପୁର : କୋରାପୁଟ ଜିଲା ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି । ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ୍ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ପତ୍ନୀ, ଏକ ପୁଅ ଓ ବୋହୂ ସହ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ୍ ଜୟପୁରର ଜୟନାଗ ଛକ ନିକଟରେ ରହୁଥିଲେ । ପୁଅ ବୋହୂ ଘରେ ନଥିବା ​‌ବେଳେ ସେଖ ରେହମାନ୍ ଓ ତାଙ୍କ ପତ୍ନୀ ସହ ଘରେ ଥିଲେ । ଶନିବାର ସକାଳେ ପୁଅ ଘର ପହଞ୍ଚି ଦେଖିଲା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ଥିଲା । ପରେ ସେ ପୁଲିସକୁ ଖବର ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ଘର ମଧ୍ୟରୁ ଦମ୍ପତ୍ତିଙ୍କ ମୃତଦେହକୁ ଜବତ କରିଥିଲା । କେହି ଦୁର୍ବୃତ୍ତ ଘରେ କଳାକନା ବୁଲାଇବା ପରେ ବାପା ମା’ଙ୍କୁ ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories