www.samajalive.in
Friday, December 12, 2025
15.1 C
Bhubaneswar

ରାଶି ଅନୁଯାୟୀ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ; ପ୍ରାପ୍ତି ହେବ ଅଶେଷ କୃପା

ଭଗବାନ ଶ୍ରୀବିଷ୍ଣୁଙ୍କ ପତ୍ନୀ ଦେବୀ ମହାଲକ୍ଷ୍ମୀ ଧନ, ସମ୍ପତ୍ତି , ବୈଭବ ତଥା ସୁଖର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ପୌରାଣିକ ମତାନୁସାରେ ଦେବୀ ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରମନ୍ଥନରୁ ହୋଇଛି। ସମୁଦ୍ର ଠାରୁ ଉତ୍ପନ ସମସ୍ତ ଅମୂଲ୍ୟ ରତ୍ନ ଯେପରି ଶଙ୍ଖ, ମୋତି, କଉଡ଼ି ଆଦିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀ ଅଟନ୍ତି। କଉଡ଼ି ଏପରି ଏକ ମୂଲ୍ୟବାନ ସମ୍ପଦ ଯାହା ଧନ ସହ ସମାନ। ତେଣୁ ଏହାକୁ ପୂଜା କକ୍ଷରେ ରଖି ପୂଜା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ କି ଉପାୟ କରିବା ଦ୍ୱାରା ମା’ଙ୍କ କୃପା ମିଳିଥାଏ ……..
ମେଷ – ଚନ୍ଦନରେ ନିଜ ଆଲମୀରାରେ ‘ଶ୍ରୀ’ ଲେଖନ୍ତୁ।
ବୃଷ – ମା’ଲକ୍ଷ୍ମୀଙ୍କ ନିକଟରେ ଦହି ଓ ଚିନି ଭୋଗ କରି, ସେହି ଭୋଗକୁ ଖାଆନ୍ତୁ।
ମିଥୁନ – ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କର୍କଟ – ଧଳା ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ।
ସିଂହ – କୌଣସି ଅସହାୟ ଲୋକଙ୍କୁ ରେଶମୀ ପୋଷାକ ଦାନ ଦିଅନ୍ତୁ।
କନ୍ୟା – ଅତର ବ୍ୟବହାର କରନ୍ତୁ।
ତୁଳା – ମୁଲତାନି ମାଟିର ବ୍ୟବହାର କରନ୍ତୁ।
ବିଛା – ଶୋଇବା କକ୍ଷରେ କର୍ପୂର ଜଳାନ୍ତୁ।
ଧନୁ – ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ।
ମକର – ନାଭିରେ ଅତର ଲଗାନ୍ତୁ।
କୁମ୍ଭ – ମା’ଲକ୍ଷ୍ମୀଙ୍କ ମନ୍ଦିରରେ ଅଟା ଦାନ କରନ୍ତୁ।
ମୀନ – ଧଳା ଗାଈଙ୍କୁ ମିଠା ଭାତ ଖାଇବାକୁ ଦିଅନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories