www.samajalive.in
Saturday, December 6, 2025
26.1 C
Bhubaneswar

ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ମହାପ୍ରଭୁ; ଗଜାନନ ବେଶରେ ଦର୍ଶନ ଦେଉଛନ୍ତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ ନୀତି ସଂପନ୍ନ ହେବାପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ମହାପ୍ରଭୁ ବଳଭଦ୍ର ୩୩ ଗରା ସୁବାସିତ ଜଳରେ , ଦେବୀ ସୁଭଦ୍ରା ୨୨ ଗରା ସୁବାସିତ ଜଳ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ୩୫ ଗରା ସୁବାସିତ ଜଳ ଓ ପ୍ରଭୁ ସୁଦର୍ଶନ ୧୮ ଗରା ସୁବାସିତ ଜଳରେ ମହାସ୍ନାନ କରିଛନ୍ତି। ମହାସ୍ନାନ ପରେ ଶ୍ରୀଜିଉଙ୍କର ଆରମ୍ଭ ହୋଇଛି ଗଜାନନ ବେଶ। କୋଭିଡ ପରିସ୍‍ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଜପତି ମହରାଜା ଛେରାପହଁରା ନକରିବାକୁ ନିଷ୍ପତ୍ତି ନେଇଥିଲେ। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା ନୀତି ସଂପନ୍ନ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳନ କରାଯାଉଛି ସ୍ନାନ ପୂର୍ଣ୍ଣିମା। କେବଳ ନୀତିକାନ୍ତିରେ କରାଯାଉଛି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଭକ୍ତ ଶୂନ୍ୟ ବଡଦାଣ୍ଡ। ଗତକାଲି ଠାରୁ ପୁରୀ ସହରରେ ଲାଗୁ କରାଯାଇଛି ୧୪୪ ଧାରା। ମହାପ୍ରଭ୍‍ଙ୍କର ସ୍ନାନଯାତ୍ରା ପାଇଁ କେବଳ ପାଳିଆ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍‍ ଯୋଗାଇ ଦିଆଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories