www.samajalive.in
Monday, December 15, 2025
26.1 C
Bhubaneswar

ଅଭିନବ ଉପାୟରେ ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆ ସୋମେଶ୍ୱର ପୁର ଗ୍ରାମର ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରୁ  ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଅଭିନବ ଉପାୟରେ ଚୋରି କରିଛନ୍ତି । ମୁଖ୍ୟ କବାଟ ତାଲା ଭାଙ୍ଗି ଠାକୁର ଓ ଠାକୁରାଣୀଙ୍କର ସମସ୍ତ ବିଗ୍ରହ ଚୋରି କରି ନେବା ପରେ ମୁଖ୍ୟ କବାଟରେ ଅବିକଳ ତାଲା ପକାଇ ଫେରାର ହୋଇ ଯାଇଛନ୍ତି।
ସୋମେଶ୍ୱର ପୁର ଗ୍ରାମର ପୂର୍ଵ ଦିଗରେ ଅବସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ମୁଖ୍ୟ କବାଟ (କାଠ କବାଟ ) ତାଲା ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ।  ଦ୍ଵିତୀୟରେ ଗ୍ରିଲ ତାଲା ଭାଙ୍ଗିଥିଲେ।
ଦୁର୍ବୃତ୍ତ ମାନେ ଠାକୁରାଣୀ ଶ୍ରୀ ଶ୍ରୀ ଦୁର୍ଗା ମୂର୍ତ୍ତି ପ୍ରାୟ ୩ ଫୁଟ (ଓଜନ ୩୫/୪୦) କିଲୋଗ୍ରାମ, ସାନ ଦୁର୍ଗା ମୂର୍ତ୍ତି ପ୍ରାୟ ୧ ଫୁଟ (ଓଜନ ୫/୭) କିଲୋଗ୍ରାମ, ଶ୍ରୀ ଶ୍ରୀ ଶ୍ରୀରାଧା ମୂର୍ତ୍ତି ପ୍ରାୟ ୨ ଫୁଟ ( ଓଜନ ୨୫ )କିଲୋଗ୍ରାମ, ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ମୂର୍ତ୍ତି ପ୍ରାୟ ୩ ଫୁଟ ( ଓଜନ ୩୦ କିଲୋଗ୍ରାମ ) ଠାକୁରାଣୀ ମା ପାର୍ବତୀଙ୍କ ମୂର୍ତ୍ତି ପ୍ରାୟ ୧ ଫୁଟ (ଓଜନ ପ୍ରାୟ ୨ କିଲୋଗ୍ରାମ ) ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ପ୍ରାୟ ୧ ଫୁଟ (ଓଜନ ପ୍ରାୟ ୨ କିଲୋଗ୍ରାମ ), ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ମୂର୍ତ୍ତି ପ୍ରାୟ ୧ ଫୁଟ (ଓଜନ ପ୍ରାୟ ୨ କିଲୋଗ୍ରାମ) ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ରୁପା କିରୀଟ ଓଜନ ପ୍ରାୟ ୩୦୦ ଗ୍ରାମ ଚୋରି କରି ନେଇଛନ୍ତି । ସମସ୍ତ ମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।
ସକାଳେ ମନ୍ଦିର ପୂଜକ ଅଜୟ ପାଢ଼ୀ ମନ୍ଦିର ଖୋଲିବା ନିମନ୍ତେ ଆସିଥିଲେ ।  ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ ।
ଗ୍ରାମ ସଭାପତି ସତୀଶ ମିଶ୍ରଙ୍କ ସମେତ ଗ୍ରାମବାସୀ ମାନେ ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ।  ଏସ ଡ଼ି ପି ଓ ଦେବଦତ୍ତ ବରାଳ, ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଧଳ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନୁସନ୍ଧାନ ଜାରି ରହିଅଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories