www.samajalive.in
Monday, December 15, 2025
26.1 C
Bhubaneswar

ମହିଳାଙ୍କ ବେକରୁ ହାର ଝାମ୍ପି ଚମ୍ପଟ ମାରିଲେ ଲୁଟେରା

ନୀଳଗିରି: ବାଲେଶ୍ଵର ଜିଲା ଅଧୀନ ସେରଗଡ଼ରୁ ନୀଳଗିରି ଫେରୁଥିବା ସମୟରେ ୨ଜଣ ଲୁଟେରା ଜଣେ ମହିଳା ବେକରୁ ସୁନା ହାର ଝାମ୍ପି ଚମ୍ପଟ ମାରିଥିବା ନେଇ ଅଭିଯୋଗ ହୋଇଛି।  ଲୁଟେରା କଳା ପଲସର ବାଇକରେ ଆସି ଜଣେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପି ନେବା ଘଟଣା ଅଞ୍ଚଳରେ ଉଦବେଗ ସୃଷ୍ଟି କରିଛି। ନୀଳଗିରି ଥାନା ପୋଡ଼ାଶୋଳ ଅଞ୍ଚଳର ପରମାନନ୍ଦ ପାତ୍ର ତାଙ୍କ ପତ୍ନୀ ସରସ୍ୱତୀ ଓ ଝିଅକୁ ବାଇକରେ ବସାଇ ଘରକୁ ଫେରୁଥିବା ସମୟରେ ଗଡ଼ିଆମାଳ ପଣ୍ଡା ପାର୍କ ନିକଟରେ ପଛରୁ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ହାରଟିକୁ ଝାମ୍ପି ନୀଳଗିରି ପଟକୁ ପଳାଇ ଯାଇଥିଲେ। ସେମାନଙ୍କୁ ପିଛା କରା ଯାଇଥିଲେ ହେଁ ପତା ମିଳି ପାରିନି। ଏନେଇ ସେରଗଡ଼ ଫାଣ୍ଡିରେ ଏକ ଏତଲା ଦାୟର ହୋଇଥିବା ବେଳେ ଖନ୍ତାପଡ଼ା ଓ ନୀଳଗିରି ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଲୁଟ ହୋଇଥିବା ଗହଣାର ମୂଲ୍ୟ ଦେଢ଼ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories