www.samajalive.in
Saturday, December 6, 2025
26.1 C
Bhubaneswar

କୁଚିଣ୍ଡା ଥାନା ଅଞ୍ଚଳରେ ଏକାଧିକ ଚୋରୀ ଅଭିଯୋଗ

କୁଚିଣ୍ଡା : କୁଚିଣ୍ଡା ଥାନା ଅଞ୍ଚଳରେ ଗତ ରାତ୍ରରେ ଏକକାଳୀନ ଏକାଧିକ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ଭୋଜପୁର ପଞ୍ଚାୟତ ମହୁକୁମାସ୍ଥ ଛକରେ କପଡା ଦୋକାନ ଦେଇଥିବା ଶ୍ରୀତମ ମହାନ୍ତିଙ୍କ ଦୋକାନରୁ ବହୁ ପରିମାଣରେ ନୂତନ ବସ୍ତ୍ର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଦୋକାନରେ ଥିବା ପ୍ୟାଣ୍ଟ, ସାର୍ଟ ସମେତ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗରୁ ପ୍ରକାଶ। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଥିବା ଜଣାଯାଇଛି। ସେହିପରି ଗୁଣ୍ଡୁରୁଚୁଆଁ ପଞ୍ଚାୟତ ମହୁକୁମାରେ ଥିବା ଏକ ମୋବାଇଲ ଦୋକାନରୁ ଦୋକାନ କବାଟ ତାଡ଼ି ତିନୋଟି ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ଘଟଣାରେ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories