www.samajalive.in
Wednesday, December 10, 2025
16.1 C
Bhubaneswar

ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସ୍କୁଟି

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ ବାହାନାଡ଼ା-ବଡକରଞ୍ଜିଆ ରାସ୍ତାରେ ବୁଧବାର ସନ୍ଧ୍ୟା ସମୟରେ ତିନି ଜଣ ଦୁର୍ବୃତ୍ତ ବାରିପଦାର ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କର ସ୍କୁଟି ସମେତ ୬୫ ହଜାର ଟଙ୍କା ଓ ମୋବାଇଲକୁ ଲୁଟି ନେଇଛନ୍ତି। ଉକ୍ତ ସଂସ୍ଥା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଋଣ ପ୍ରଦାନ କରିଥାଏ। ବିଭିନ୍ନ ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ନିକଟରୁ ସେ ଟଙ୍କା ସଂଗ୍ରହ କରି ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ନିଜ ସ୍କୁଟିରେ ବାରିପଦା ଫେରୁଥିଲେ। ବଡକରଞ୍ଜିଆ ଗ୍ରାମର ନୂଆସାହିରୁ ବାହାରି ବହନାଡ଼ା ଛକ ଆଡକୁ ଯାଉଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ବିପରୀତ ଦିଗରୁ ଆସି ସ୍କୁଟିକୁ ଧକ୍କା ଦେଇ ପକାଇଦେବା ପରେ ଲୁଟ କରି ଚମ୍ପଟ ମାରିଥିଲେ। କିଛି ସମୟ ପରେ ରାସ୍ତାରେ ଯାଉଥିବା କେତେକ ଗ୍ରାମବାସୀଙ୍କ ସହାୟତାରେ ସେ ଖୁଣ୍ଟା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତତ୍‌କ୍ଷଣାତ ଖୋଜା ଖୋଜି କରିଥିଲେ ମଧ୍ୟ ଦୁର୍ବୃତ୍ତ, ସ୍କୁଟି ଓ ଟଙ୍କା ଆଦିର କୌଣସି ସନ୍ଧାନ ପାଇ ନ ଥିଲା। ଗୁରୁବାର ପୁଲିସ ଅଭିଯୋଗକାରିଣୀ ଓ ଅର୍ଥ ଲଗାଣକାରୀ ସଂସ୍ଥାର ପରିଚାଳକଙ୍କୁ ପଚରା ଉଚରା କରିଥିବା ବେଳେ ତଦନ୍ତ ଜାରି ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories