ଆଳୁ ବ୍ୟବସାୟୀଙ୍କ ପାଖରୁ ୧ ଲକ୍ଷ ଟଙ୍କା ଝାମ୍ପି ନେଲେ ୨ ଦୁବୃର୍ତ୍ତ 

ଧାମନଗର : ଭଦ୍ରକ ଧାମନଗରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଶ୍ରାବଣୀ ହୋଟେଲ ନିକଟରେ ଥିବା ଏସବିଆଇ ଏଟିଏମକୁ କିଛି ଦୁବୃର୍ତ୍ତ ଗ୍ୟାସ କଟରରେ କାଟି ଟଙ୍କା ଚୋରୀ କରିବାକୁ ଚେଷ୍ଟା କରୁଥିବା ବେଳେ ୫ ଦିନ ବିତିଯାଇଥିଲେ ମଧ୍ୟ ଏହି ଚୋରଙ୍କ ପତ୍ତା ମିଳିନାହିଁ । ତେବେ ପୁଣି ବୁଧବାର ସାନ୍ଧ୍ୟ ସମୟରେ ଧାମନଗର ଥାନା ସାମନାରୁ ଅର୍ଥାତ ଥାନା ପାଚେରୀଠାରୁ ୨୦ ମିଟର ଦୂରରୁ ଛିନତାଇ ହୋଇଛି।

prayash

ଧାମନଗର ବଜାରରେ ଦୀର୍ଘଦିନର ଆଳୁ ବ୍ୟବସାୟୀ ତପନ ପାତ୍ରଙ୍କ ପାଖରୁ ୧ ଲକ୍ଷ ଟଙ୍କା ଝାମ୍ପି ନେଇ ପଳାଇଲେ ୨ଜଣ ପଲସର ଆରୋହୀ। ଦୋକାନ ବନ୍ଦ କରି ନିଜ ବାଇକରେ ବସୁଥିବା ସମୟରେ ଏଭଳି ଘଟଣା ଘଟିଛି । ବାରମ୍ବାର ଏଭଳି ଘଟଣା ଏବେ ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏନଏସି ନିର୍ବାଚନ ସମୟରେ ଥାନାର ୧୫ ମିଟର ଦୂରରେ ବୁଥ୍ ରିଗିଂ ହୋଇଥିଲା। ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏବେ ୨୦ ମିଟର ଦୂରରୁ ଛିନତାଇ। ଏହା ଧାମନଗର ପୁଲିସର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

kalyan agarbati

Comments are closed.