www.samajalive.in
Friday, December 5, 2025
26.1 C
Bhubaneswar

ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ

ସାକ୍ଷୀଗୋପାଳପୁର : ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସତ୍ୟବାଦୀ ଥାନା ଅନ୍ତର୍ଗତ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଲୁଟ ଉଦ୍ୟମ କରିଥିଲେ। କିନ୍ତୁ ଲୁଟ ଉଦ୍ୟମରେ ବିଫଳ ହୋଇ ସେମାନେ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ୨ଟା ସମୟରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଠାରେ ଥିବା ୟୁକୋ ବ୍ୟାଙ୍କ ଶାଖାରୁ କିଛି ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିଲେ। ସେମାନେ ବ୍ୟାଙ୍କର ସଟର ଉଠାଇବା ବେଳେ ଏକ ଶବ୍ଦ ହୋଇଥିଲା। ବ୍ୟାଙ୍କ ଉପର ମହଲାରେ ରହୁଥିବା ଶ୍ରୀଧର ବିଶ୍ବାଳ ଏହି ଶବ୍ଦ ଶୁଣିଥିଲେ। ପୁନଶ୍ଚ ଦୁର୍ବୃତ୍ତମାନେ ହାତୁଡିରେ ବ୍ୟାଙ୍କର ତାଲା ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ ମଧ୍ୟ ସେହି ଶବ୍ଦ ମଧ୍ୟ ଶ୍ରୀଧର ଶୁଣିଥିଲେ। ବ୍ୟାଙ୍କରୁ ଲୁଟ ଉଦ୍ୟମ ହେଉଥିବା ଶ୍ରୀଧର ଜାଣିବା ପରେ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନା ଅଧିକାରୀ ରବିନ୍ଦ୍ର କୁମାର ନନ୍ଦଙ୍କୁ ଫୋନ କରି ଜଣାଇଥିଲେ। ଏହାସହ ଆଖପାଖ କେତେଜଣ ବ୍ୟକ୍ତିଙ୍କୁ ମଧ୍ୟ ଜଣାଇଥିଲେ। ଶ୍ରୀଧର ଓ ତାଙ୍କ ପତ୍ନୀ ମୀନତୀ ବିଶ୍ବାଳ ଛାତ ଉପରକୁ ଯାଇ ପାଟି କରିଥିଲେ। ସେମାନଙ୍କ ପାଟି ଶୁଣି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପଳାଇଥିଲେ। ଜଣେ ଦୁର୍ବୃତ୍ତ ରାସ୍ତା ଉପରେ ରହିଥିବା ଏକ କାର ଯୋଗେ ଚନ୍ଦନପୁର ଅଞ୍ଚଳକୁ ପଳାଇଥିବା ଦମ୍ପତ୍ତି କହିଛନ୍ତି। ଏହାସହ ଅନ୍ୟ ଦୁର୍ବୃତ୍ତମାନେ ବ୍ୟାଙ୍କ ପଛ ପଟ ଦେଇ ଫେରାର ହୋଇଯାଇଥିଲେ।

- Advertisement -

ସତ୍ୟବାଦୀ ଥାନା ଅଧିକାରୀ ରବିନ୍ଦ୍ର କୁମାର ନନ୍ଦଙ୍କ ଠାରୁ ସୂଚନା ପାଇ ଚନ୍ଦନପୁର, ଗଡିଶାଗୋଦା, ଡେଲାଙ୍ଗ ଓ କଣାସ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ୫ଟି ତାଲା ଭାଙ୍ଗି ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍ ମଧ୍ୟକୁ ଯାଇଥିଲେ ମଧ୍ୟ କିଛି ଲୁଟ କରିପାରି ନଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରୁ ଦୁଇ ହଳ ଚପଲ, ବ୍ୟାଙ୍କରୁ ଲୁଟ ହୋଇଥିବା ସ୍କାନରଟିକୁ ଜବତ କରିଛି। ବ୍ୟାଙ୍କର ଜୋନାଲ ମ୍ୟାନେଜର ଆସିଲେ ସିସି ଟିଭି କ୍ୟାମେରା ଯାଞ୍ଚ ହେବ ବୋଲି ପୁଲିସ କହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories