www.samajalive.in
Saturday, December 13, 2025
26.1 C
Bhubaneswar

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳି କରି ୧.୬୯ ଲକ୍ଷ ଲୁଟ୍‌

ରଘୁନାଥପୁର : ରଘୁନାଥପୁର ଥାନା ଅନ୍ତର୍ଗତ ଓଡପଡାରେ ଥିବା ନାରାୟଣୀ ପେଟ୍ରୋଲ ପମ୍ପ ମ୍ୟାନେଜର କୈଳାସଚନ୍ଦ୍ର ଦାସଙ୍କୁ ଗୁଳିକିରି ୧.୬୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୋମବାର ଅପରାହ୍ଣ ୨ଟା ସମୟରେ ୧ ଲକ୍ଷ ୬୯ ହଜାର ୩୫୦ଟଙ୍କା (ବିଆର୍‍୧୬ ସି ୨୭୪୧) ୟାମାହା ବାଇକ୍‍ ଡିକିରେ ରଖି ରଘୁନାଥପୁର ବ୍ୟାଙ୍କରେ ଜମା କରିବା ନିମନ୍ତେ ଆସୁଥିଲେ ଶ୍ରୀ ଦାସ। ପଛରୁ ଦୁଇଜଣ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ଏକ ନାଲି ବାଇକରେ ଆସି ଶ୍ରୀ ଦାସଙ୍କ ୟାମାହା ସହ ପିଟିଥିଲେ। ଶ୍ରୀ ଦାସ ସେଠାରେ ପଡିଯିବା ପରେ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ। ଗୁଳିଟି ବାଇକ୍‍ ଟାଙ୍କିରେ ବାଜିଥିଲା। ଦୁର୍ବୃତ୍ତ ଦୁଇଜଣ ଡିକି ଖୋଲି ଡିକିରୁ ୧ଲକ୍ଷ ୬୯ ହଜାର ୩୫୦ଟଙ୍କା ନେଇ କଟକ ଅଭିମୁଖେ ଦ୍ରୃତଗତିରେ ଫେରାର୍‍ ହୋଇଯାଇଥିଲେ। ଖବର ପାଇ ତେଲ ଟାଙ୍କି ମାଲିକ କୃଷ୍ଣଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ମ୍ୟାନେଜରଙ୍କୁ ନେଇ ଥାନାରେ ରିପୋର୍ଟ କରିଥିଲେ। ରଘୁନାଥପୁର ଥାନା ନୂତନ ଆଇଆଇସି ରିପୋର୍ଟ ପାଇବା ପରେ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରି ନାହାଁନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories