ବ୍ୟାଙ୍କ ପରେ ଲୁଟେରାଙ୍କ ଟାଗେର୍ଟରେ ମନ୍ଦିର; ଏକାଧିକ ମନ୍ଦିରରୁ ଚୋରି ଅଭିଯୋଗ

0

ବାଲେଶ୍ୱର: ବ୍ୟାଙ୍କ ପରେ ଏବେ ଲୁଟେରାଙ୍କ ଟାଗେର୍ଟରେ ମନ୍ଦିର । ଗୋଟିଏ ଅଞ୍ଚଳର ୩ଟି ମନ୍ଦିରରୁ ଚୋରି ହାଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସବିର ଗାଁର ରାଧାକୃଷ୍ଣ ମନ୍ଦିର, ଜାଗୁଳେଇ ମନ୍ଦିର ଓ ପତ୍ରାଶୁଣୀରୁ ଗତକାଲି ରାତିରେ ଲୁଟେରାମାନେ କଳକନା ବୁଲାଇଛନ୍ତି । ମନ୍ଦିରରେ ପଶି ହୁଣ୍ଡି ଭାଙ୍ଗି ପ୍ରାୟ ୧୦ରୁ ୧୫ ହଜାର ଟଙ୍କା ଓ ଠାକୁରଙ୍କର ସୁନା,ରୂପା ଅଳଙ୍କାର ଆଦି ଲୁଟି ନେଇଛନ୍ତି । ଲୁଟେରାମାନେ ରାଧାକୃଷ୍ଣ ମନ୍ଦିରର ହୁଣ୍ଡିବାକ୍ସକୁ ଉଠାଇ ନେଇଥିବା ଖବର ରହିଛି । ସକାଳେ ଖବର ପାଇ ଗାଁରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply