ଠକିବାର ନୂଆ ଉପାୟ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ : ଆପଣ ବଜାରରୁ ପରିବା କିମ୍ବା ଫଳ କିଣିବା ସମୟରେ ସାମାନ୍ୟ ସଚେତନ ନହେଲେ ଠକାମୀର ଶିକାର ହୋଇପାରନ୍ତି । ଆଜିକାଲି ଠକମାନେ ଅନ୍ୟଙ୍କୁ ବୋକା ବନାଇବା ପାଇଁ ଅନେକ ଉପାୟ ବାହାର କରୁଛନ୍ତି । ନିକଟରେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ଭିଡିଓ ଦେଖିବା ଉଚିତ୍ ଏବଂ କିଣାକିଣି ସମୟରେ ସଚେତନ ହେବା ଆବଶ୍ୟକ । ଦେଖନ୍ତୁ ଏହି ଭିଡିଓ…
View this post on Instagram
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ସପେଟା ବିକ୍ରି କରୁଛନ୍ତି । ସେ ନିକିତିର କଡିକୁ ସାମାନ୍ୟ ଓଲଟାଇ ଦେଖାଉଛନ୍ତି ଯେ କିପରି ଗ୍ରାହକଙ୍କୁ ଠକିହେବ । ସାମାନ୍ୟ ଓଲଟାଇ ଦେବା ଫଳରେ ସପେଟା ତରାଜୁ ସହ ସମାନ ଓଜନ ଦେଖାଉଛି । କିନ୍ତୁ ବାସ୍ତବରେ ଏହାର ଓଜନ ବହୁତ କମ୍ ହେବ । ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଦୋକାନୀମାନେ ଏଭଳି ଗ୍ରାହକଙ୍କୁ ଠକୁଛନ୍ତି ।
ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଭିଡିଓ ତିଆରି କରିଥିବା ବ୍ୟକ୍ତି ଓ ସେହି ଦୋକାନୀଙ୍କୁ ଏଭଳି ସଚେତନତା ବାର୍ତ୍ତା ପ୍ରଦାନ କରିଥିବାରୁ ଧନ୍ୟବାଦ ଦେଉଛନ୍ତି ।
ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ, ପିତାଙ୍କୁ ବି ମିଳିବ ଛୁଟି, କିନ୍ତୁ ରହିଛି ସର୍ତ୍ତ..
Comments are closed.