ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ପାର୍ବଣ ପୂର୍ବରୁ ଅସମ୍ଭାଳ ଭିଡ଼ି ହେଉଛି । ଆଜି ଭୁବନେଶ୍ୱର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଓଭର ବ୍ରିଜ୍ ଉପରେ ଶହ ଶହ ଗାଡି ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଓଭର ବ୍ରିଜ୍ ଉପରେ ମରାମତି ଚାଲିଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା ମିଳିଛି । ଆଚାର୍ଯ୍ୟ ବିହାର ପଟୁ ଆସୁଥିବା ଗାଡି ଗୁଡିକ ବରମୁଣ୍ଡା ଓଭର ବ୍ରିଜ୍ ପାର ହେବା ପରେ ଖଣ୍ଡଗିରି ପାଖରେ ଡାଇଭଟ ହୋଇ ପୁଣି ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଚଢି ଯାଉଛନ୍ତି । ଫଳରେ ବରମୁଣ୍ଡାରୁ ଡୁମୁଡୁମା ଯାଏଁ ଯିବାକୁ ଘଣ୍ଟେରୁ ଅଧିକ ସମୟ ଲାଗୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Popular Categories



