www.samajalive.in
Sunday, December 7, 2025
14.1 C
Bhubaneswar

ଲକ୍‍ଡାଉନ ଘୋଷଣା ପରେ ମଦ ଦୋକାନ ଆଗରେ ଲମ୍ବାଧାଡି

ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତିରେ ସମସ୍ତେ କରୋନା ଭୂତାଣୁ କବଳରୁ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବାବେଳେ ଏଠାରେ କିନ୍ତୁ ସୋମବାର ଭିନ୍ନଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଗାମୀ ଛଅଦିନ ପାଇଁ ସମୁଦାୟ ଦିଲ୍ଲୀକୁ ଲକ୍‍ଡାଉନ ଘୋଷଣା କରିବାପରେ ନିଶାସକ୍ତ ଲୋକଙ୍କ ଚିନ୍ତା ବଢିଯାଇଥିଲା। ରାଜଧାନୀରେ ଥିବା ମଦ ଦୋକାନଗୁଡିକ ଆଗରେ ଲମ୍ବାଧାଡି ଲାଗିଥିଲା। ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା, ଯୁବତୀଙ୍କ ପର୍ଯ୍ୟନ୍ତ ଧାଡି ଲଗାଇ ମଦ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସରକାର ସମସ୍ତ ଦିଲ୍ଲୀବାସୀଙ୍କୁ ଘର ଭିତରେ ରହିବା ଏବଂ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ଏହି ଲୋକମାନଙ୍କ ଉପରେ ତାହାର ତିଳେମାତ୍ର ପ୍ରଭାବ ପଡୁନଥିବା ପରିଲକ୍ଷିତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories