www.samajalive.in
Saturday, December 6, 2025
26.1 C
Bhubaneswar

ମନ୍ତ୍ରଣାଳୟ କେମିତି କାମ କରେ ତାହା ଜାଣିଛୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଟାଲି ମେରାଇନ୍ସ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଦୁଇ ଇଟାଲି ମେରାଇନଓ ମାସିମିଲିଆନୋ ଲାଟୋର ଏବଂ ସାଲଭାଟୋର ଜିରୋନ୍‍ଙ୍କ ବିରୁଦ୍ଧରେ ଭାରତରେ ଚାଲିଥିବା ଅପରାଧିକ ମାମଲାରେ ପରିସମାପ୍ତି ଘଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ସମାଲୋଚନା କରିବା ସହିତ ଏହାର ଶୁଣାଣି ପରବର୍ତ୍ତୀ ସୋମବାର ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୨ କେରଳ ଉପକୂଳରେ ଇଟାଲି ମେରାଇନ୍ସଙ୍କ ଗୁଳିଚାଳନାରେ ଦୁଇ ଭାରତୀୟ ଧୀବର ପ୍ରାଣ ହରାଇବାପରେ ଦୁଇ ଇଟାଲୀୟ ମେରାଇନ୍ସଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଥିଲା। ସେବେଠାରୁ ସେମାନେ ଭାରତର ଅଟକ ଅଛନ୍ତି। ତେବେ ଗତବର୍ଷ ଜୁଲାଇରେ ପରମାନେଣ୍ଟ କୋର୍ଟ ଅଫ ଆର୍ବ୍ରିଟ୍ରେସନ ରାୟ ଶୁଣାଇ କହିଥିଲେ ଯେ ଭାରତରେ ସେମାନଙ୍କର ବିଚାର ହେବନାହିଁ। ଅବଶ୍ୟ ଭାରତ ଏଥିପାଇଁ ଇଟାଲି ନିକଟରୁ କ୍ଷତିପୂରଣ ଦାବି କରିବାକୁ ହକ୍‍ଦାର ଏବଂ ଉକ୍ତ ଅର୍ଥ ଦୁଇ ମୃତ ଧୀବରଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ସୁପ୍ରିମକୋଟଁ ଚଳିତ ମାସ ୯ ତାରିଖରେ ଏହି ମାମଲାର ଶୁଣାଣି କରିବା ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଇଟାଲି ସରକାର ୧୦ କୋଟି ଟଙ୍କା ଜମା କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ଜମା କରାଯାଇନାହିଁ। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ପୀଠ ନିକଟରେ ଏହାର ଶୁଣାଣି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଜବାବ ରଖାଯାଇଥିଲା ଯେ ଇଟାଲି ସରକାର ଅର୍ଥ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି, କିନ୍ତୁ ତାହା ଏପର୍ଯ୍ୟନ୍ତ ଜମା କରାଯାଇନାହିଁ। ଏହାର ପ୍ରତ୍ୟୁତ୍ତରରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ସରକାର ଗତଥର ମଧ୍ୟ ଦୁଇ ଇଟାଲି ମେରାଇନ୍ସଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ପରିସମାପ୍ତି ଘଟାଇବାକୁ ତତ୍ପରତା ଦେଖାଥିଲେ। କିନ୍ତୁ ମନ୍ତ୍ରଣାଳୟଗୁଡିକ କିଭଳି କାମ କରନ୍ତି ତାହା ସୁପ୍ରିମକୋର୍ଟଙ୍କୁ ଜଣା। ଏଥିସହିତ ମାନ୍ୟବର ପୀଠ ଏହାର ପରବର୍ତ୍ତୀ ଶୁଣାଣି ଆଗାମୀ ସୋମବାରକୁ ମୁଲତବି ରଖିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories