www.samajalive.in
Saturday, December 6, 2025
19.1 C
Bhubaneswar

ସାମାଜିତ ଦୂରତ୍ୱକୁ ଫୁ, ଟିକା ନେବା ପାଇଁ ଲମ୍ବାଧାଡି

ଗୁରୁଡିଝାଟିଆ: କରୋନା ୨ୟ ଲହର ଯେତିକି ତୀବ୍ରତର ହେଉଥିବା ଲୋକଙ୍କ ଭିତରେ ସେତିକି ଏକ ଅଜଣା ଭୟ ସୃଷ୍ଟି ହେଉଛି। ନିଜକୁ ସୁରକ୍ଷିତ ରଖିବା ପାଇଁ ଟିକା ଏକମାତ୍ର ବିକଳ୍ପ ଭାବରେ ରହିଥିବାରୁ ଆଜି ଶହଶହ ଜନସାଧାରଣ ଟିକା ନେବା ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଥିଲେ ଲମ୍ବାଧାଡି। କରୋନା କାଳରେ ସାମାଜିକ ଦୂରତ୍ୱ ଓ ତୁଣ୍ଟି ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ଆଦୌ ନଥିଲା। ଯାତ୍ରା ପରି ଲୋକ ଟିକା ନେବା ପାଇଁ ରୁଣ୍ଡ ହୋଇଥିଲେ। ଏପରିକି ପରସ୍ପର ସହିତ ଠେଲାପେଲା ମଧ୍ୟ ହେଉଥିଲେ। ସ୍ୱଳ୍ପ ସଂଖ୍ୟକ ଟୀକାକୁ ଜନସାଧାରଣଙ୍କ ଟିକା ନେବା ପାଇଁ ବ୍ୟଗ୍ରତା ମୁଖ୍ୟ କାରଣ ଅଟେ। ଘଟଣାସ୍ଥଳରେ ହାଠତ୍‍ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ପହଞ୍ଚି ଲୋକମାନଙ୍କ ଭିଡକୁ ଅନୁଧ୍ୟାନ କରିଥିଲେ। ଏହାପରେ ତହସିଲଦାର ଶ୍ରୀ ଖୁଣ୍ଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ ଦିଲ୍ଲିପ ଦାସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ୨୦୦ଟି ଟିକା ପର୍ୟ୍ୟନ୍ତ ଟୁକନ ବଣ୍ଟନ କରିଥିଲେ। ହେଲେ ଘଣ୍ଟାଘଣ୍ଟା ଧରି ଧାଡିରେ ଅପେକ୍ଷା କରିଥିବା ଲୋକଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ।

ଅସନ୍ତୋଷ ବ୍ୟକ୍ତ କରିଥିବା ଲୋକମାନଙ୍କୁ ଶ୍ରୀ ଖୁଣ୍ଟିଆଙ୍କ ସହିତ ଧବଳେଶ୍ୱର ସେବା ସଂସ୍ଥା ସଭାପତି ଶ୍ରୀ କିରଣ ବିହାରୀ ଖଟୁଆ ବୁଝାସୁଝା କରିବା ପରେ ଲୋକମାନେ ଫେରିଥିଲେ। ଆଗାମୀ ଦିନରେ ଟୁକନ ବ୍ୟବସ୍ଥା ସହିତ ଯେଭଳି ଭାବରେ ସୁଶୃଙ୍ଖଳିତ ହୋଇପାରିବ ସେ ସଂପର୍କରେ ବ୍ୟବସ୍ଥା କରାଯିବ। ଆଜି ୪୫ ବର୍ଷରୁ ଊର୍ଦ୍ଧ୍ବ ୨ୟପାନ ଟୀକା ନେବା ପାଇଁ ଉପସ୍ଥିତ ରହିଥିଲେ। ୨ଶହ ଜଣଙ୍କୁ ୨ୟପାନ ଟୀକା ପ୍ରଦାନ କରାଯାଇଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories