www.samajalive.in
Saturday, December 6, 2025
19.1 C
Bhubaneswar

ସରିଲା ଲଢ଼େଇ; ୨୩କୁ ଅପେକ୍ଷା

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କେବଳ ପାଟକୁରା ବିଧାନସଭା ଆସନକୁ ବାଦ ଦେଲେ ଓଡ଼ିଶାର ଅନ୍ୟ ସମସ୍ତ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ସାଧାରଣ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ସହିତ ଏହା ଅନ୍ତର୍ଗତ ୪୧ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହୋଇଥିଲା। ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରିବା ପରେ ଏବେ ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ରହିଛି। ଏବେ କେବଳ ଆସନ୍ତା ୨୩ତାରିଖର ଫଳାଫଳକୁ ଅପେକ୍ଷା। ଶେଷ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବହୁ ତୁଙ୍ଗ ନେତା ଅଗ୍ନିପରୀକ୍ଷାର ସାମ୍ନା କରିଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟର ୪ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା ଏବଂ ଅନନ୍ତ ସେଠୀ। ଏହାଛଡ଼ା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଶରତ ରାଉତ, ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ରଘୁନାଥ ମହାନ୍ତି, ସରୋଜିନୀ ହେମ୍ବ୍ରମ, ସୁଦାମ ମାର୍ଣ୍ଣି ପ୍ରମୁଖ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହୋଇଥିଲେ।
ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା କେନ୍ଦ୍ରାପଡ଼ା ଲୋକସଭା ଆସନ। ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ଏହି
ଲୋକସଭା କ୍ଷେତ୍ରକୁ ଅକ୍ତିଆର କରିବା ପାଇଁ ଶାସକ ବିଜେଡ଼ି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ଘମାଘୋଟ ଲଢ଼େଇରେ ସାମିଲ ହୋଇଥିଲେ। ସବୁ ଦଳ ଶେଷ ପର୍ଯ୍ୟାୟରେ ସେମାନଙ୍କ ଶକ୍ତି ପରୀକ୍ଷା ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ାର ଫଳାଫଳ ଜାଣିବାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବହୁଚର୍ଚିତ ଏହି ଆସନରେ ଲଢ଼ୁଥିବା ବୈଜୟନ୍ତ-ଅନୁଭବ-ଧରଣୀଙ୍କ ଭାଗ୍ୟ ଏବେ ଇଭିଏମ ଭିତରେ ବନ୍ଦ ରହିଛି।
​‌କେନ୍ଦ୍ରାପଡ଼ା ବ୍ୟତୀତ ବାଲେଶ୍ବର ଆସନରୁ ଲଢ଼ୁଥିବା ତିନି ଦଳର ତିନି ପ୍ରମୁଖ ନେତାଙ୍କ ଭିତରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପିସିସି ସଭାପତିଙ୍କ ପୁଅ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ନବାଗତ ହୋଇଥିବାବେଳେ ତାଙ୍କୁ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡ଼ିରୁ ଦୁଇ ଥର ସାଂସଦ ଭାବେ ଜିତିଥିବା ରବୀନ୍ଦ୍ର ଜେନାଙ୍କ ସହିତ ତୁମୁଳ ସଂଗ୍ରାମ କରିବାକୁ ପଡ଼ିଛି। ଜଗତସିଂହପୁରରେ ବି​‌େ​‌ଜଡ଼ିର ରାଜଶ୍ରୀ ମଲ୍ଲିକଙ୍କ ସହିତ ବିଜେପିରୁ ବିଭୁ ତରାଇ ଓ କଂଗ୍ରେସର ପ୍ରତିମା ମଲ୍ଲିକ ଲଢ଼ୁଥିବାବେଳେ ସେମାନେ ଏବେ ଭାଗ୍ୟଫଳକୁ ଅପେକ୍ଷା କରିଛନ୍ତି। ବିଧାନସଭା କ୍ଷେତ୍ରଗୁଡ଼ିକ ଭିତରୁ ଅଧିକ ଚର୍ଚ୍ଚାରେ ଥିଲା ଭଣ୍ଡାରୀପୋଖରୀ ଆସନ। ଏଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବିଜେଡ଼ିର ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଦେଖିବକୁ ମିଳିଥିଲା।
ଭଦ୍ରକରେ ଲୋକସଭା କ୍ଷେତ୍ରରେ ବିଜେଡ଼ିର ମଞ୍ଜୁଲତା ମଣ୍ଡଳଙ୍କ ସହିତ ବିଜେପିର ପ୍ରାର୍ଥୀ ତଥା ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ଓ କଂଗ୍ରେସର ମଧୁମିତା ସେଠୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ସେହିପରି ଯାଜପୁରରେ ବିଜେଡ଼ି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କର କଂଗ୍ରେସ ପ୍ରାର୍ଥୀ ମାନସ ଜେନା ଓ ବିଜେପିର ଅମିୟ ମଲ୍ଲିକଙ୍କ ସହିତ ଲ​‌େ​‌ଢ଼ଇ ହୋଇଥିବାବେଳେ ମୟୂରଭଞ୍ଜରେ ବିଜେଡ଼ିର ଦେବାଶିଷ ମାଣ୍ଡି, ବିଜେପିର ବିଶ୍ବେଶ୍ବର ଟୁଡ଼ୁ ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ପ୍ରାର୍ଥୀ ଅଞ୍ଜନି ସୋରେନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ହୋଇଥିଲା। ଏଥର ମୟୂରଭଞ୍ଜରେ ବି​‌େ​‌ଜପି ଶକ୍ତି ପ୍ରଦର୍ଶନ କରିଥିବାବେଳେ ବିଜେପି ଓ ଅନ୍ୟ ମେଣ୍ଟ ପ୍ରାର୍ଥୀମାନେ ମଧ୍ୟ ଜୋରଦାର ମୁକାବିଲାର ସାମ୍ନା କରିଛନ୍ତି।
ଅନୁରୂପ ଭାବେ ଅଧିକାଂଶ ଅଧିକାଂଶ ବିଧାନସଭା ଆସନରେ ତୁମୁଳ ଲ​‌େ​‌ଢ଼ଇ ଲକ୍ଷ୍ୟ କରାଯାଇଥିଲା। କେନ୍ଦ୍ରାପଡ଼ା ବିଧନସଭା ଆସନରେ ମନ୍ତ୍ରୀ ଶଶିଭୂଷଣ ଓ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିବାବେଳେ ରାଜନଗର ଓ ଆଳିରେ କଂଗ୍ରେସ ଓ ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ପ୍ରବଳ ଲଢ଼େଇ ଦେଖିବାକୁ ମିଳିଥିଲା। ତେବେ ସାଲେପୁର ଆସନରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପ୍ରକାଶ ବେହେରା ଏଥର ମଧ୍ୟ ଲଢ଼େଇରେ ବିଜେଡ଼ି ପ୍ରାର୍ଥୀଙ୍କୁ ସାମ୍ନା କରିଥିଲେ। ଅନ୍ୟାନ୍ୟ ସ୍ପର୍ଶକାତର ଆସନଗୁଡ଼ିକ ମଧ୍ୟରେ ଥିଲା ବିଧାୟକ ଦାମୋଦର ରାଉତ ଲଢ଼ୁଥିବା ବାଲିକୁଦା-ଏର୍ସମା ଆସନ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଲଢ଼ୁଥିବା ପାରାଦ୍ବୀପ ଆସନ। ବାପ-ପୁଅ ଏ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ଆଡ଼ୁ କଡ଼ା ମୁକାବିଲାର ସାମ୍ନା କରୁଛନ୍ତି। ସେମାନଙ୍କ ଫଳଫଳ ଜାଣିବାକୁ ସମସ୍ତଙ୍କ ଭିତରେ ଉତ୍ସୁକତା ଲକ୍ଷ୍ୟ କରାଯାଇଛି।
ଏହାଛଡ଼ା ଯାଜପୁର ଜିଲାର ସୁକିନ୍ଦା ଓ ବରୀ, ଜଗତସିଂହପୁର ଜିଲାର ଜଗତସିଂହପୁର, ଭଦ୍ରକ ଜିଲାର ଚାନ୍ଦବାଲିରେ ଘମାଘୋଟ ଲଢ଼େଇ ହୋଇଥିଲା। ବାସୁ​‌େ​‌ଦବପୁରରୁ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସର ଅଶୋକ କୁମାର ଦାସ ଏବଂ ବିଜେପିରୁ ମାଧବାନନ୍ଦ ମଲ୍ଲିକଙ୍କ ଭିତ​‌େ​‌ର ତୀବ୍ର ପ୍ରତିଯୋଗିତା ଲକ୍ଷ୍ୟ କରାଯାଇଥିଲା।
ସିମୁଳିଆରେ ଅନନ୍ତ ସେଠୀ ଓ ବିଜେଡ଼ିର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭିତରେ, ସାରସକଣାରେ ବିଜେଡ଼ି ପ୍ରାର୍ଥୀ ଅମର ସିଂହ ଟୁଡ଼ୁ, ବିଜେପିର ଭୁଦାନ ମୁର୍ମୁ ଏବଂ ଜେଏମଏମର ମହେଶ ହେମ୍ବ୍ରମଙ୍କ ଭିତରେ ଲଢ଼େଇ ହୋଇଥିବାବେଳେ ଚାନ୍ଦବାଲିରେ ବିଜେପିର ମନମୋହନ ସାମଲ ଏବଂ ବିଜେଡ଼ିର ବ୍ୟୋମକେଶ ରାୟଙ୍କ ଭିତରେ, ଧାମନଗରରେ ବି​‌େ​‌ଜପିର ବିଷ୍ଣୁ ସେଠୀ ଓ ବିଜେଡ଼ିର ରାଜେନ୍ଦ୍ର ଦାସଙ୍କ ଭିତରେ ପ୍ରବଳ ଲଢ଼େଇ ହୋଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories