www.samajalive.in
Monday, December 8, 2025
27.1 C
Bhubaneswar

ପାଞ୍ଚ ବର୍ଷ ପରେ ବାଗଦାଦିର ଆତ୍ମପ୍ରକାଶ

ବାଗଦାଦ : ଦୀର୍ଘ ପାଞ୍ଚ ବ୍ୟବଧାନରେ ଆତ୍ମପ୍ରକାଶ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦି। ସୋମବାର ଏକ ଭିଡିଓ ବାର୍ତ୍ତାରେ ସେ ନିଜ ସମର୍ଥକଙ୍କୁ ଉଦ୍‌ବୋଧନ ଦେଉଥିବାର ଦୃଶ୍ୟ ପ୍ରସାରିତ ହୋଇଥିଲେ ମଧ୍ୟ ଏହାର ବାସ୍ତବତା ନେଇ ସନ୍ଦେହ ରହିଛି। ଭିଡିଓରେ ସେ ଅତୀତ କାଳରେ କଥାବାର୍ତ୍ତା କରୁଥିବାରୁ ଏପରି ସନ୍ଦେହ କରାଯାଉଛି। ଗତ ମାସରେ ସିରିଆରେ ଆଇଏସ୍‌ର ଶେଷ ଦୁର୍ଗ ବାଘୋଜ୍‌ର ପତନ ହୋଇଥିଲା ଏବଂ ବାଘୋଜ୍‌ ଯୁଦ୍ଧର ଅବସାନ ଘଟିଛି ବୋଲି ସେ କହୁଥିବାରୁ ବାଗଦାଦୀର ଭାଷଣ ସତ କିମ୍ବା ରେକର୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଭିଡିଓରେ ବାଗଦାଦି ତିନି ସହଯୋଗୀଙ୍କ ସହିତ ଏକ ଗଦି ଉପରେ ଗୋଡ଼ ଛନ୍ଦି ବସିଥିବା ଦେଖାଯାଉଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories