www.samajalive.in
Sunday, December 7, 2025
26.1 C
Bhubaneswar

ଲୋଇସିଂହା ବ୍ଳକ : ଉଜ୍ୱଳା ଯୋଜନାରେ କଳା କାରବାର !

ଲୋଇସିଂହା : କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନାରେ ଲୋଇସିଂହା ବ୍ଳକ ଅଂଚଳର କେତେକ ହିତାଧିକାରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଲୋଇସିଂହା ଗ୍ରାମର ଆଶା ମେହେର ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ସମସ୍ତ କାଗଜପତ୍ର ଇଣ୍ଡେନ ଗ୍ୟାସ୍‍ ବିତରକଙ୍କ ଠାରେ ଦାଖଲ କରିଥିଲେ। ବାରମ୍ବାର ତାଙ୍କ ପାଖକୁ ଧାଇଁବା ସତ୍ୱେ ତାଙ୍କୁ ଗ୍ୟାସ ମିଳି ନ ଥିଲା। ମାତ୍ର ଲକ୍‍ ଡାଉନ ବେଳେ ତାଙ୍କ ପାସ ବୁକକୁ ସରକାର ଉକ୍ତ ଯୋଜନାରେ ଗ୍ୟାସ୍‍ ପାଇଁ ଟଙ୍କା ଜମା କରିଥିବା ଜଣାପଡିଛି। ଗ୍ୟାସ ମିଳି ନ ଥିବା ବେଳେ ଟଙ୍କା କିପରି ଜମା ହେଲା ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ତାଙ୍କ ନାମରେ ଆସିଥିବା ଗ୍ୟାସ ଅନ୍ୟ କାହାକୁ ବିତରକ ଦେଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଲୋଇସିଂହା ପଂଚାୟତର ସୁଜିଆ ଗ୍ରାମର କେତେକ ହିତାଧିକାରୀଙ୍କୁ ଗ୍ୟାସ ମିଳି ନ ଥିଲେ ହେଁ ଗ୍ୟାସ ପାଇଁ ତାଙ୍କ ପାସ ବୁକରେ ଟଙ୍କା ଜମା ହୋଇଥିବା ଜଣାପଡିଛି। ଗ୍ୟାସ ବିତରକଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରୀୟା ମିଳି ପାରିନାହିଁ। ଭିଜିଲାନସ୍‍ ସ୍ତରୀୟ ତଦନ୍ତ ହେଲେ ଲୋଇସିଂହା ବ୍ଳକ ଅଂଚଳରେ ଉଜ୍ୱଳା ଯୋଜନାର ବହୁ ଦୁର୍ନୀତି ଓ ଅନିୟମିତତା ର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories