www.samajalive.in
Saturday, December 6, 2025
19.1 C
Bhubaneswar

ମେ‘ ୧୮ରୁ ଆରମ୍ଭ ହେବ କି ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ? ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୫ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପୁଣି ବଢ଼ିବ କି ଲକ୍ଡ଼ାଉନ ଅବଧି ? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆନ୍ଦୋଳିତ କରୁଛି । ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି ସେଥିରେ ଏପରି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଅନ୍ୟପକ୍ଷରେ ୪ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଶରେ ଲକ୍ଡ଼ାଉନ ଉଠାଇବା ସପକ୍ଷରେ ନାହାନ୍ତି । ଏହି ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗୁରୁତର ହୋଇଥିବାରୁ ସେମାନେ ଲକ୍ଡ଼ାଉନ ଅବଧି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷରେ ଏନଡ଼ିଏର ସହଯୋଗୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଲକ୍ଡ଼ାଉନ ସପକ୍ଷରେ ରହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ସହ ଆଲୋଚନା କାଳରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ଦାବି କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକ୍‌ଡାଉନ୍ସ ଅବଧି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂଣ୍ଣ କଥା ହେଲା କେନ୍ଦ୍ର ଉପରେ ପକ୍ଷପାତ ଅଭିଯୋଗ ଆଣିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲକ୍ଡ଼ାଉନ ଅବଧି ବୃଦ୍ଧି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।  ଲକ୍‌ଡାଉନ୍‌ ଅବଧି ନବଢ଼ାଇ ଆଗକୁ ବଢ଼ିବା ଅସମ୍ଭବ ବୋଲି ଉଦ୍ଧବ ଠାକରେ କହିଥିବାବେଳେ ଲକ୍ଡ଼ାଉନ ବୃଦ୍ଧି କରାଯିବା ସହ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ୩ ମାସ ନିମନ୍ତେ ଆର୍ଥିକ ସହାୟତା ଦାବି କରିଛନ୍ତି ।

- Advertisement -

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଭିଡିଓ କନ୍‌ଫରେନ୍ସିଂରେ କହିଛନ୍ତି ଯେ, ଲୋକଙ୍କ ଜୀବନ ବଞ୍ଚାଇବା ଜରୁରୀ । ୩ ମାସ ପାଇଁ ଆର୍ଥିକ ସହାୟତା ଦିଆଯାଉ । ଏହା ସହ କରୋନା ଟେଷ୍ଟିଂ ରଣନୀତି ତିଆରି ପାଇଁ ମଧ୍ୟ ମତ ରଖିଛନ୍ତି ଅମରିନ୍ଦର ।

ଅନ୍ୟପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ଼ି ଗାଡ଼ି ଚଳାଚଳ ଉପରେ ରହିଥିବା ପ୍ରତିବନ୍ଧକ ଉଠାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଲୋକଙ୍କୁ ସେମାନଙ୍କ ସ୍ବାଭାବିକ କାର୍ଯ୍ୟ କରିବାକୁ ଦିଆଯାଉ । ଏହାଫଳରେ ଶ୍ରମିକମାନେ ସେମାନଙ୍କର କାମ କରିପାରିବେ । ଗାଡ଼ି ଚଳାଚଳ ନ ​‌ହେଲେ ନିଜ ଗାଁ ବା ରାଜ୍ୟକୁ ଫେରି ଯାଇଥିବା ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଲେଉଟି ପାରିବେ ନାହିଁ ବୋଲି ଜଗନ୍ କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories