www.samajalive.in
Saturday, December 13, 2025
14.1 C
Bhubaneswar

ଲକ ଡାଉନ ବଦଳାଇ ଦେଲା ଜୀବନ ଶୈଳୀ: ହୋଟେଲ ସପ୍ଲାୟରରୁ ଖବର ବନ୍ଧୁ

କେଶଦୁରାପାଳ : ଦେଶରେ କରୋନା ମହାମାରୀ ଓ  ଲକ ଡାଉନ, ସଟ ଡାଉନ ଭଳି ପରିସ୍ଥିତ କିଛି ଲୋକଙ୍କର ଜୀବନ ଶୈଳୀକୁ ବଦଳାଇ ଦେଇଥିବା ଦେଖିବାକୁ ମିଳିଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଳକ ଅନ୍ତର୍ଗତ ଭାଲୁ କୁମା ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ (୪୫)  ଲକ ଡାଉନରେ ନିଜ ଜୀବନ ଶୈଳୀ କୁ ପରିବର୍ତ୍ତିନ କରିଛନ୍ତି।  ହୋଟଲ ସପ୍ଲାୟରରୁ ଏବେ ଖବର ବନ୍ଧୁ ସାଜି ନିଜ ପରିବାର ପେଟ ପୋଷୁଛନ୍ତି  ।
ଘର ନିକଟରେ ଥିବା ଏକ ଢାବାରେ ଭିନ୍ନକ୍ଷମ କୃଷ୍ଣଚନ୍ଦ୍ର ସେଠୀ ସପ୍ଲ।ୟର ଭାବ କାମ କରୁଥିଲେ । ମାର୍ଚ୍ଚ ମାସରୁ ଲକ ଡାଉନ ହେବା ଫଳରେ ଗାଡ଼ି ଚାଳାଚଳ ବନ୍ଦ ହେବା ସହିତ ଢାବା ମଧ୍ୟ ବନ୍ଦ ହୋଇଗଲା ଏହି  ସମୟରେ ଭିନ୍ନକ୍ଷମ କୃଷ୍ଣଚନ୍ଦ୍ରକୁ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟ ହେଲା ରୋଜଗାର ଅଭାବରୁ ୫ ପ୍ରାଣୀ ପରିବାର ଅନେକ ସମୟରେ ଅର୍ଦ୍ଧାହାର ରେ ଦିନ କାଟିଲେ । ତଥାପି କୃଷ୍ଣଚନ୍ଦ୍ର ଦବିଗଲେ ନାହିଁ, ମନରେ ସାହସ ବାନ୍ଧିଲେ । ହୋଟେଲ ସପ୍ଲାୟରରୁ ଏବେ ଖବର କାଗଜର ବନ୍ଧୁ ସାଜିଲେ ।  ପ୍ରତିଦିନ ୪୦ କିଲୋମିଟର ସାଇକେଲରେ ଖବରକାଗଜ ନେଇ ଆନନ୍ଦପୁର ବ୍ଳକର ୫ଟି ପଞ୍ଚାୟତର ଦୁର୍ଗମ ଅଂଚଳକୁ ବିତରଣକରୁଛନ୍ତି ।  । ଏଥିରେ ଭିନ୍ନକ୍ଷମ କୃଷ୍ଣଚନ୍ଦ୍ର ଅନେକ ଆତ୍ମ ସନ୍ତୋଷ ମିଳିବା ସହିତ ୫ ପ୍ରାଣୀ କୁଟୁମ୍ବକୁ ସୁଖ ଦେଇ ପାରୁଥିବା ପ୍ରକାଶ କରିଛନ୍ତି । ଖବର କାଗଜ ବିତରକ ହେଇ ଯଥେଷ୍ଟ ସମ୍ମାନ ସହିତ ରୋଜଗାର ମଧ୍ୟ କରିପାରୁଥିବା  କୃଷ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories