www.samajalive.in
Saturday, December 13, 2025
21.1 C
Bhubaneswar

ତାଲାବନ୍ଦର ପ୍ରଭାବ: ନବରଙ୍ଗପୁର ଜିଲ୍ଲାରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା 

ନବରଙ୍ଗପୁର: ତାଲାବନ୍ଦର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । କିଛିଦିନ ଧରି ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଡ଼ିଚାଲି ରେଡ ଜୋନରେ ପରିଣତ ହୋଇଥିଲା। ଏହାକୁ ନେଇ ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟି ଥିବାବେଳେ ଧୈର୍ଯ୍ୟର ସହ ଏହି ମହାମାରୀକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଘନ ଘନ ଜରୁରୀ ବୈଠକ କରିବା ସହ ପୋଲିସ ପ୍ରଶାସନର ସହଯୋଗରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା କଟକଣାକୁ କଡାକଡି କରି ଜିଲ୍ଲା ସୀମାନ୍ତ ଅଂଚଳ ଏବଂ ପ୍ରତ୍ୟେକ ଅଂଚଳରେ ଯାଞ୍ଚକୁ ଅଧିକରୁ ଅଧିକ କରି ଲୋକଙ୍କୁ ସଚେତନ କରାଇବା ସହ ଅମାନିଆଙ୍କୁ ପୋଲିସ ପକ୍ଷରୁ ସାବାଡ଼ କରାଯାଉଛି । ଏହାର ପରିଣାମ ବର୍ତମାନ ଦେଖା ଦେଇଛି।

ଗୁରୁତର ଆକ୍ରାନ୍ତମାନଙ୍କୁ ନବରଙ୍ଗପୁର କୋଭିଡ ମେଡିକାଲରେ ଭର୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଥିବା ବେଳେ ନବରଙ୍ଗପୁର କୋଭିଡ ମେଡିକାଲ ରେ ପ୍ରତିଦିନ ପ୍ରାୟ ୯୦/୧୦୦ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳୁଥିଲା । ବର୍ତମାନ ଏହି ସଂଖ୍ୟା ଦିନକୁ ଦିନ କମିବା ସହ ଆଜି ନବରଙ୍ଗପୁର କୋଭିଡ ମେଡିକାଲ ରେ ମାତ୍ର ୫୬ ଜଣ ଆକ୍ରାନ୍ତ ରୋଗୀ ଥିବା ସୂଚନା ମିଳିଅଛି। ଆଜି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମି ୨୦୭ରେ ପହଞ୍ଚିଛି। ସେହିପରି ଛତିଶଗଡ ସୀମାକୁ ଲାଗି ରହିଥିବା ବ୍ଲକ ଅଂଚଳମାନଙ୍କରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଜିଲ୍ଲା ପ୍ରଶାସନର କଠିନ ଉଦ୍ୟମ ଏବଂ ପରିଶ୍ରମ ପାଇଁ ଆଜି ନବରଙ୍ଗପୁର ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଆସ୍ତେ ଆସ୍ତେ ତଳକୁ ଖସୁଥିବା ଯୋଗୁଁ ଜନସାଧାରଣ କରୋନା କଟକଣାକୁ ମାନି ସାମାଜିକ ଦୂରତା ବଜାୟ ରଖିବା ସହ ଘରେ ରହି ସୁସ୍ଥ ରହି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories