ଭାରତ ରତ୍ନରେ ସମ୍ମାନିତ ହେଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନୀତ ହେଲେ ଲାଲକୃଷ୍ଣ ଆଡଭାନୀ। ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ରାଷ୍ଟ୍ରପତି ଭବନରେ ଭାରତରତ୍ନ ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଅସୁସ୍ଥତା କାରଣରୁ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଶନିବାର ଉପସ୍ଥିତ ରହିପାରିନଥିଲେ। ତେଣୁ ଆଜି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରେ ପହଞ୍ଚି ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ସମ୍ମାନ ପ୍ରଦାନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ।

Comments are closed.