www.samajalive.in
Friday, December 5, 2025
20.1 C
Bhubaneswar

ମହାମାରୀ କରୋନା ସମୟରେ ସହରରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ପ୍ରଶାସନର ତତ୍ପରତା, ବିଜ୍ଞପ୍ତି ଜାରି

ନବରଙ୍ଗପୁର: ଜନସାଧାରଣଙ୍କ ବାରମ୍ବାର ବିରୋଧ ସତ୍ୱେ ଭୟାବହ କରୋନା ମହାମାରୀ ସମୟରେ ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୩ ଓ ୧୫ରେ ୨୦୦୮ ମସିହାରୁ ବନ୍ଦ ହୋଇରହିଥିବା ବିଦେଶୀ ମଦ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଜର ତତ୍ପରତା ଦେଖାଇ ବିଜ୍ଞପ୍ତି ପ୍ରକାଶ କରିଛିା ସୂଚନା ଅନୁସାରେ ନବରଙ୍ଗପୁର ଅବକାରୀ ବିଭାଗର ଚିଠି ସଂଖ୍ୟା ୮୯୦,୮୯୨/୨୫-୦୯-୨୦୨୦ ଅନୁସାରେ ନବରଙ୍ଗପୁର ପୈାରପାଳିକାର ୱାର୍ଡ ନଂ ୧୩ ଓ ୧୫ ଭାରତ ପେଟ୍ରୋଲପମ୍ପ ଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ରୋଡର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଯାହାକି କେବଳ ୱାର୍ଡ ନଂ ୧୩ ଓ ୧୫ ଅନ୍ତର୍ଗତ ଅଂଶ ନବରଙ୍ଗପୁର ମ୍ୟୁନସିପାଲଟି ଅଂଚଳରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ବିଶେଷ ସୁତ୍ରରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜାଣିବା ପରେ ସମ୍ପୃକ୍ତ ୱାର୍ଡବାସୀ, ଉତ୍କଳ ନଗର ସାହି ବାସିନ୍ଦା ଏବଂ ଉତ୍କଳ କଳା ଓ ପରିଚାଳନାର ଅଧ୍ୟକ୍ଷା ଏହାକୁ ନେଇ ଘୋର ବିରୋଧ କରିଛନ୍ତି। ୱାର୍ଡ ବାସିନ୍ଦାଙ୍କ କହିବା କଥା, ଦୀର୍ଘ ବର୍ଷ ହେଲା ଅବକାରୀ ବିଭାଗ
ଦ୍ୱାରା ଆମ୍ଭ ୱାର୍ଡରେ ବିଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରକାଶ ପାଉଥିଲା। ସାର୍ବଜନିକ ଅଧିସୂଚନା ଅନୁ୍‍ଯାୟୀ ଆମ୍ଭେ ୨୦୧୨-୧୩ଠାରୁ ଆଜି ପର୍ଯ୍ୟନ୍ତ ୱାର୍ଡବାସୀ, ୱାର୍ଡର କାଉନ୍‍ସିଲର, ବିଧାୟକ, ସାଂସଦ, ପୈାରପାଳିକାର ଅଧ୍ୟକ୍ଷ, ଜିଲ୍ଲାପରିଷଦ, ଜିଲ୍ଲା କଂଗ୍ରେସ ସଭାପତି, ପୂର୍ବତନ ମନ୍ତ୍ରୀ ପ୍ରମୁଖ ବାରମ୍ବାର ବିରୋଧ କରିଆସୁଥିଲୁ। ୱାର୍ଡ ନଂ ୧୩ ଓ ୧୫ରେ ମଦ ଦୋକାନ ନହେବା ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା। ପ୍ରତ୍ୟେକ ବର୍ଷ ବିରୋଧ କରିବା ସତ୍ୱେ ଅବକାରୀ ବିଭାଗ କାହା ସ୍ୱାର୍ଥରେ ମହାମାରୀ କରୋନା ସମୟରେ ଏଠାରେ ଦୋକାନ ଖୋଲିବାକୁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରିଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଗତ ଦିନରେ ଦୋକାନ ଖୋଲିବା ସୂଚନା ପାଇ ୱାର୍ଡବାସୀ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇଥିଲେ। ଜିଲ୍ଲାପାଳ ନବରଙ୍ଗପୁର ତହସିଲଦାରଙ୍କ ଦ୍ୱାରା ମଧ୍ୟ ଏହାର ତଦନ୍ତ କରାଇଥିଲେ। ତହସିଲଦାର ସରଜମିନ ତଦନ୍ତ କରି ପ୍ରସ୍ତାବିତ ଦୋକାନକୁ ସ୍ଥଗିତ ରଖିଥିଲେ। ପ୍ରସ୍ତାବିତ ସ୍ଥାନଟିର ଅନତି ଦୂରତାରେ ଆଦିବାସୀ ବସ୍ତି, ସରକାରୀ କାର୍ଯ୍ୟାଳୟ, ଛୋଟ ଛୋଟ ପିଲାମାନଙ୍କର ବିଦ୍ୟାଳୟ ଏବଂ ସର୍ବୋପରେ ସହରରେ ମୂଖ୍ୟ ରାସ୍ତାରେ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ସ୍ଥାନର ଅଭାବରୁ ପ୍ରାୟ ସରକାରୀ କାର୍ଯ୍ୟାଳୟ ଏଠାରେ ଖୋଲାଯାଉଛି। ପୂର୍ବରୁ ତହସିଲଦାରଙ୍କ ସରଜମିନ ତଦନ୍ତ ପରେ ମଧ୍ୟ ପ୍ରଶାସନ ଏଠାରେ ଦୋକାନ ଖୋଲିବାକୁ ନେଇ ସାହି ବାସିନ୍ଦାଙ୍କର ଜିଲ୍ଲାପ୍ରଶାସନ ଉପରେ ଆସ୍ଥା ଉଠିଯାଇଛି। ପୂର୍ବରୁ ଜାରି ହୋଇଥିବା ଚିଠି ସଂଖ୍ୟା ୫୩/୦୭-୦୧-୨୦୧୩,୬୨/୨୭-୦୧-୨୦୨୦ ବିଜ୍ଞପ୍ତି ଉପରେ ସାଂସଦ, ବିଧାୟକ ମଧ୍ୟ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରିବାକୁ ଜିଲ୍ଲାପାଳ, ଅବକାରି ବିଭାଗର ପ୍ରମୁଖ ସଚିବ ଓ ଅବକାରି ଆୟୁକ୍ତଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। ଅବକାରି ବିଭାଗର ବିଜ୍ଞପ୍ତି ୮୯୦,୮୯୨/୨୫-୦୯-୨୦୨୦ ଅନୁସାରେ ନବରଙ୍ଗପୁର ପୈାରପାଳିକାର ୱାର୍ଡ ନଂ ୧୩ ଓ ୧୫ ଭାରତ ପେଟ୍ରୋଲ ପମ୍ପଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ରୋଡର ପାଶ୍ୱବର୍ତୀ ସ୍ଥାନରେ ଯାହାକି କେବଳ ୱାର୍ଡ ନଂ ୧୩ ଓ ୧୫ ଅନ୍ତର୍ଗତ ଅଂଶ ନବରଙ୍ଗପୁର ମ୍ୟୁନସିପାଲଟି ଅଂଚଳରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ବିଦେଶି ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ପ୍ରସ୍ତାବକୁ ପ୍ରତ୍ୟାହୃତ ନ କରନ୍ତି ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଆଡକୁ ଗତି କରିବ ଏବଂ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପର ହେବ ବୋଲି ସାହିବାସିନ୍ଦା ଆଜି ଅବକାରୀ ଅଧୀକ୍ଷକଙ୍କୁ ସାକ୍ଷତ କରି ଆଲୋଚନା କରିଛନ୍ତି। କୈାଣସି କଳକାରଖାନା ନଥିବା ନବରଙ୍ଗପୁର ସହର ମଧ୍ୟରେ ତିନି ତିନୋଟି ବିଦେଶି ମଦ ଦୋକାନ ଥିଲାବେଳେ ପୁଣି ମହାମାରୀ କରୋନା ସମୟରେ ଏକ ମଦଦୋକାନ ଖୋଲିବା କେତେ ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତିା

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories