ନୂଆଦିଲ୍ଲୀ : ହିଂସ୍ରଜୀବଜନ୍ତୁ ଅନେକ ସମୟରେ ଜନବସତି ଅଞ୍ଚଳରେ ପ୍ରବେଶ କରିବା ସହ ସର୍ବ ସାଧାରଣଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି । କେତେକ ସମୟରେ ବାଘ,ସିଂହ,ଭାଲୁ ଆକ୍ରମଣରେ ନିରୀହ ଜୀବନ ମଧ୍ୟ ଚାଲିଯାଏ । ସୋସିଆଲ ମିଡିଆରେ ହିଂସ୍ରଜନ୍ତୁଙ୍କ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସିଂହୀର ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବେ । ସାମ୍ନାରେ ସିଂହକୁ ଦେଖି ଭୟଭୀତ ହେବା ସାଧାରଣ କଥା । ରାତିରେ ବିଭିନ୍ନ ସ୍ଥାନରେ କିଛି ଲୋକେ ରାସ୍ତାକଡରେ ଥିବା ଦୋକାନ ନିକଟରେ ଶୋଇଥିବା ଦେଖିଥିବେ । ତେବେ ଚିନ୍ତା କରନ୍ତୁ, ନିଛାଟିଆ ରାତିରେ ଶୁନ୍ଶାନ୍ ରାସ୍ତାରେ ଜଣେ ଅଶ୍ଚିନ୍ତା ନିଦରେ ଶୋଇଥିବେ । ସେହି ସମୟରେ ଆପଣଙ୍କ ନିକଟକୁ ଏକ ସିଂହୀ ହଠାତ୍ ଆସିବ । ତେବେ ଅବସ୍ଥା କ’ଣ ହେବ । ଭାଇରାଲ୍ ହେଉଥିବା ଏଭଳି ଏକ ଭିଡିଓ ଲୋକଙ୍କ ହୋସ୍ ଉଡାଇ ଦେଇଛି ।
What location bhai, what location?
Who is this guy?
— Kreately.in (@KreatelyMedia) June 7, 2025
ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି । ଭିଡିଓରେ ଦେଖିପାରିବେ, ଫୁଟପାତ୍ରେ ଜଣେ ବ୍ୟକ୍ତି ଚାଦର ପକାଇ ଶୋଇଛନ୍ତି । ହଠାତ୍ ସେହି ଗଳି ରାସ୍ତାରେ ଏକ ସିଂହୀ ଅତିକ୍ରମ କରୁଛି । ମାତ୍ର ସିଂହୀ ପୁଣି ଥରେ ସେହି ବ୍ୟକ୍ତିଙ୍କ ପାଖକୁ ଫେରି ଆସି ଶୁଙ୍ଘିବାକୁ ଲାଗୁଛି । ବ୍ୟକ୍ତି ଜଣକ ନିଘୋଡ ନିଦରେ ଶୋଇବା ସହ ସେ ଆଦୌ ଏହି ଘଟଣା ବିଷୟରେ କିଛି ଜାଣି ପାରୁ ନଥିବା ଦେଖାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



