www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ସୁରକ୍ଷା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ। ପୂର୍ବରୁ ଫଟୋ ଉଠାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାବେଳେ ସୋମବାର ଅପରାହ୍ଣରେ ପ୍ରଭୁଙ୍କ ମନ୍ଦିର ଉପରେ ଡ୍ରୋନ୍‌ ଉଡୁଥିବା ଦେଖାଯାଇଥିଲା। ଦେଶରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ କିଏ ଡ୍ରୋନ୍ ଉଡ଼ାଇଲା, ଏହା ପଛରେ କାହାର ହାତ ରହିଛି ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଡ୍ରୋନ୍‌ ଉଡ଼ିବା ନେଇ ଭିଡିଓ ପ୍ରଘଟ ପରେ ଏହାକୁ ନେଇ ଭୟ ଦେଖାଦେଇଛି। ମନ୍ଦିର ସେବାୟତଙ୍କ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନରେ ମୌଖିକଭାବେ ଅବଗତ କରାଯିବା ପରେ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୋମବାର ଅପରାହ୍ଣରେ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ପ୍ରାୟ ୧୦ ମିନିଟ୍‌ରୁ ଅଧିକ ସମୟ ଧରି ଡ୍ରୋନ୍‌ ଉଡ଼ିଥିଲା। ମନ୍ଦିର ତଥା ପରିସରରେ ଫଟୋ ଉଠା ବାରଣ ସତ୍ତ୍ବେ କିଭଳି ଡ୍ରୋନ୍‌ ମନ୍ଦିର ଉପରେ ଉଡ଼ିଲା ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାର ଭିଡିଓ ପ୍ରଘଟ ପରେ ଶ୍ରୀଲିଙ୍ଗରାଜ ଥାନାଧିକାରୀ ଏବଂ କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। କିଛି ସମୟ ଡ୍ରୋନ୍‌ ଉଡ଼ିବା ପରେ ସେଠାରୁ ଉଭାନ ହୋଇଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଏହାଛଡ଼ା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରୁ କେହି ଦୁର୍ବୃତ୍ତ ଏହାକୁ ଅପରେଟ୍‌ କରୁଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମନ୍ଦିର ଭିତର ଫଟୋ ପ୍ରଘଟ ହୋଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ କାହିଁକି ସ୍ଥାୟୀ ପ୍ରତିକାର ହେଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories