www.samajalive.in
Friday, December 5, 2025
27.1 C
Bhubaneswar

୨୩ ଯାଏ କାଳବୈଶାଖୀ: ଆଜି ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଛି। ସୋମବାର ଅପରାହ୍ନରେ କଟକରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇଥିଲା। ସନ୍ଧ୍ୟା ସୁଧା କଟକରେ ୨୩.୪ ମି.ମି. ବର୍ଷା ହୋଇଛି। ଭଦ୍ରକରେ ୨୬.୪ ମି.ମି., ଯାଜପୁରରେ ୨୪.୬ ମି.ମି., ଢେଙ୍କାନାଳରେ ୨୯.୪ ମି.ମି. ବର୍ଷା ହୋଇଛି। ରାଜଧାନୀରେ ଆକାଶ ମେଘାଛନ୍ନ ରହିବା ସହିତ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରର ବାମରାରେ ୫୮.୮ ମି.ମି., ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୪୨.୨, ବାଲିଶଙ୍କରାରେ ୩୨.୨ ଏବଂ ହେମଗିରିରେ ୩୦ ମି.ମି ବର୍ଷା ହୋଇଛି। ଆରବ ସାଗରର କର୍ଣ୍ଣାଟକ ଉପକୂଳରେ ଆସନ୍ତା ୨୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୨ ତାରିଖ ବେଳକୁ ଏହା ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ପଞ୍ଜାବରୁ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ପୂର୍ବରୁ -ପଶ୍ଚିମ ଯାଏଁ ଏକ ଟ୍ରଫ ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରମୁଖ ୧୮ ଜିଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏଥିପାଇଁ ସେସବୁ ଜିଲାକୁ ସତର୍କତା ଜାରି କରାଯାଇଛି। ଏଠାରେ ୪୦-୫୦ ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବ। ଅନୁଗୋଳ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଉପରେ ରହିବ। ସୋମବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨ ଡିଗ୍ରୀ ରେକର୍ଡ଼ ହୋଇଛି। ବଲାଙ୍ଗୀରରେ ୪୦.୮, ହୀରାକୁଦ ୪୦.୧, ଟିଟିଲାଗଡ଼ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ଲେଖାଏଁ, ଖୋର୍ଦ୍ଧାରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଏବଂ କଟକରେ ୩୬.୮ ଡିଗ୍ରୀ ରେକର୍ଡ଼ ହୋଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ଖରା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories