www.samajalive.in
Sunday, December 14, 2025
26.1 C
Bhubaneswar

ବଜ୍ରପାତରେ ୨ ମହିଳା ଶ୍ରମିକ ମୃତ

ଭଞ୍ଜନଗର: ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ସହ ଆଜି ଘନଘନ ବଜ୍ରପାତ ହେବାରୁ ଜମିରେ କାମ କରୁଥିବା ୨ଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନେକୋଦଣ୍ଡା ପଞ୍ଚାୟତର ମହାଗୁଡା ଗ୍ରାମରେ।
ସୂଚନା ଅନୁଯାୟୀ ମହାଗୁଡା ଗ୍ରାମର ୧୪ ମହିଳା ଶ୍ରମିକ ରବିବାର ଅପରାହ୍ନରେ ସେହି ଗ୍ରାମର ଶରତ ଗୌଡଙ୍କ ଜମିରେ ଧାନତଳି ରୋଇବା କାର୍ଯ୍ୟରେ ନିୟୋଜିତ ଥିଲେ। ହଠାତ୍‍ କଳାହାଣ୍ଡିଆ ମେଘ ସାଙ୍ଗକୁ ତୁହାକୁତୁହା ବଜ୍ରପାତ ହେବାରୁ ମହିଳାମାନେ ତଳି ରୋଇବା ଛାଡି ଜମିର ହିଡ ଉପରକୁ ଚାଲି ଆସିଥିଲେ। କିନ୍ତୁ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଭଞ୍ଜ ଗୌଡଙ୍କ ୧୮ ବର୍ଷୀୟା କନ୍ୟା ରୁନୁ ଗୌଡ ଓ ସ୍ୱର୍ଗତ ଗୟା ଗୌଡଙ୍କ କନ୍ୟା ଲତିକା ଗୌଡ ଟଳି ପଡିଥିଲେ। ବଜ୍ରପାତ ଆଘାତରେ ପଦ୍ମା ଗୌଡ, ମାମାଲି ଡାକୁଆ, ବନବାସୀ ଗୌଡ, ଝରଣା ଡାକୁଆ, ପୂର୍ଣ୍ଣବାସୀ ଗୌଡ, ଗାୟତ୍ରୀ ଗୌଡ, ବିଳାସିନୀ ଗୌଡ, ଭାସି ଗୌଡ, ଶାନ୍ତିଲତା ଗୌଡ, ବାସନ୍ତୀ ଗୌଡ,ଚନ୍ଦ୍ରକଳା ଗୌଡ, ଓ ସଞ୍ଜୁ ଗୌଡ ପ୍ରମୁଖ ଆହତ ହୋଇ ଜମିରେ ପଡି ରହିଥିଲେ। ଖବର ପାଇ ମହାଗୁଡାବାସୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡିରେ ଭଞ୍ଜନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ସରପଞ୍ଚଙ୍କ ସ୍ୱାମୀ ଭଞ୍ଜକିଶୋର ପ୍ରଧାନ, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ରପ୍ରସାଦ ଦାସ, ଓକିଲ ସଂଘ ସଭାପତି ପ୍ରଦ୍ୟୁମ୍ନକୁମାର ନାୟକ ପ୍ରମୁଖ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଭଞ୍ଜନଗର ତହସିଲ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ଏହି ଘଟଣା ସମଗ୍ର ସାନକୋଦଣ୍ଡା ପଞ୍ଚାୟତରେ ଶୋକର ଛାୟା ଖେଳାଇ ଦେଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories