www.samajalive.in
Monday, December 8, 2025
14.1 C
Bhubaneswar

୩ ଡକାୟତ ଗିରଫ, ସୁନାଗହଣା ଉଦ୍ଧାର, ପିସ୍ତଲ ଓ ମାରଣାସ୍ତ୍ର ଜବତ

ବିଶ୍ରା : ଝୀରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଗତ ୧୧ତାରିଖରେ ସ୍ପଷ୍ଟ ଦିବାଲୋକରେ ସଂଗଠିତ ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଥିବାବେଳେ ପୁଲିସ ୬ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ଏହା ସହିତ ୯୦ପ୍ରତିଶତ ସୁନାଗହଣା ଓ ଟଙ୍କା ଜବତ କରିଥିବାବେଳେ ଡକାୟତଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଗୁଳି, ୨ଟି ମାସ୍କ ଓ ୨ଟି ଭୁଜାଲି ମଧ୍ୟ ପୁଲିସ ଜବତ କରିଛି।
ଆଜି ଝିରପାଣି ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଦିପ୍ତି ପ୍ରଧାନଙ୍କ ଉପସ୍ଥିତିରେ ଅତିରିକ୍ତ ଏସ୍‌ପି ଦେବୀ ପ୍ରସାଦ ଦାସ ଘଟଣାର ଖୁଲାସା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଗତ ୧୧ତାରିଖରେ ଜଗଦାସ୍ଥିତ ପ୍ଲଟ ନମ୍ବର ୩୭୯/୧୬୫୫ରେ ରହୁଥିବା ଅବସରପ୍ରାପ୍ତ ଆରଆଇ ନୃସିଂହ ତ୍ରିପାଠୀଙ୍କ ପୁଅ ସୁଦିପ୍ତ ତ୍ରିପାଠୀ ଡକାୟତି ଘଟଣା ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଏସ୍‌ପି ଡ. ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଏସଆଇ ଶ୍ରୀନାଥ ବାଗଙ୍କ ନେତୃତ୍ୱରେ ଗଠିତ ହୋଇ ଘଟଣାର ତଦନ୍ତ କରିଥିଲା । ତଦନ୍ତବେଳେ ଘଟଣାସ୍ଥଳରୁ ଜନୈକା ଯୁବତୀଙ୍କ ଆଧାରକାର୍ଡ଼ ମିଳିଥିଲା। ଏହାକୁ ଆଧାର କରି ପୁଲିସ ମାଲଗୋଦାମ ଅଞ୍ଚଳରେ ରହୁଥିବା ଟାଇଲମିସ୍ତ୍ରୀ ଧୀରଜ କୁମାର ସାହୁ (୧୯)ଙ୍କ ପାଖରେ ପହଞ୍ଚିଥିଲା । ତାକୁ ଜେରା କଲା ପରେ ଧୀରଜ ହିଁ ଏହି ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା। ପୁଲିସ ଧୀରଜଠାରୁ ସୂଚନାପାଇ ସରଫରାଜ ଅନ୍‌ସାରୀ(୨୧) ଓ ମାନୱାର ଆନ୍‌ସାରୀ(୧୯)ଙ୍କୁ ମଧ୍ୟ ଧରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଡକାୟତଙ୍କୁ ପୁଲିସ ଖୋଜୁଛି ।
ସୂଚନାଯୋଗ୍ୟ ଯେ ଧୀରଜ ବିହାରର ମୂଳବାସିନ୍ଦା ଓ ସେ ସୁଦିପ୍ତଙ୍କ ଘରେ ତିନିମାସ ତଳେ ଟାଇଲ କାମ କରୁଥିଲା। ସେ ତାଙ୍କ ଘର ତଥା ଲୋକଙ୍କ ଅବସ୍ଥିତି ବିଷୟରେ ଜାଣି ଲାଠିକଟା ଓ ବିହାର ପାଟନା ଅଞ୍ଚଳର କିଛି ଯୁବକଙ୍କ ସହ ମିଶି ଡକାୟତି ଯୋଜନା କରିଥିଲା। ଘଟଣା ଦିନ ୨ଟି ଏକ୍ଟିଭାରେ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ପିସ୍ତଲ ଓ କଟୁରୀ ଧରି ଘରେ ପଶି ଥିଲେ। ଏହି ସମୟରେ ଶ୍ରୀ ତ୍ରିପାଠୀ ଓ ତାଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟକ୍ରମରେ ଷଢ଼େଇକଳା ଚାଲି ଯାଇଥିଲେ। ଘରେ ତାଙ୍କ ଦୁଇ ପୁଅ ବୋହୁ ଓ ଅନ୍ୟମାନେ ରହୁଥିଲେ। ଡକାୟତମାନେ ଘର ଭିତରେ ପଶି ସମସ୍ତଙ୍କୁ ଘରେ ପୁରାଇ ପ୍ରାୟ ଅଧଘଣ୍ଟା ଭିତରେ ୫ ଲକ୍ଷ ଟଙ୍କାର ହୀରା ଓ ସୁନାଗହଣା ସହ କିଛି ଟଙ୍କା ଲୁଟି ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories