ବଜ୍ରାଘାତରେ ମା’ ଓ ପୁଅଙ୍କ ମୃତ୍ୟୁ
ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲିରେ ବଜ୍ରାଘାତରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ (୫୦) ଓ ପୁଅ ଡୋଳାମଣି ରୋହିଦାସ(୨୭)। ଗୁରୁତର ଜଣକ ବାସୁପାଲିର ମହେନ୍ଦ୍ର ରୋହିଦାସ । ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତରଗତ ବାସୁପାଲି ଗ୍ରାମକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡିଛି।
Comments are closed.