Patra electronics

ଅନ୍ଧକାରରେ ରାମଚନ୍ଦ୍ରପୁର ବାହାଦୁର ପେଣ୍ଠ ରାସ୍ତା, ବଢୁଛି ଦୁର୍ଘଟଣା ଓ ଚୋରି ସମସ୍ୟା

ଗୋପାଳପୁର : ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ୨ ବର୍ଷ ତଳେ ଗୋପାଳପୁର ଛକ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଗତ ଏକ ସପ୍ତାହ ହେଲା ପ୍ରାୟ ୨ କିମି ରାସ୍ତା ରାମଚନ୍ଦ୍ର ପୁରଠାରୁ ବାହାଦୂର ପେଣ୍ଠ ରାସ୍ତା ଅନ୍ଧକାରରେ ରହିଥିବା ଦେଖିବାକୁ ମିଳିଛି। ଗତ ୨ ବର୍ଷ ତଳେ ତତ୍କାଳୀନ ସାଂସଦଙ୍କ ୧ କୋଟି ୨୦ ଲକ୍ଷ ଟଙ୍କା ପାଣ୍ଠି ବରାଦରେ ବିଡ଼ିଏ ପକ୍ଷରୁ ପ୍ରାୟ ୧୦ କିମି ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ହେଲେ ଅନେକ ସମୟରେ ଉକ୍ତ ଲାଇଟ୍ ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାର ଅନେକ ସ୍ଥାନରେ ଲାଇଟ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏବେ ବାହାଦୁର ପେଣ୍ଠ ଛକଠାରୁ ରାମଚନ୍ଦ୍ର ପୁର ରାସ୍ତାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଛକ ପର୍ଯ୍ୟନ୍ତ ରାସ୍ତା ଆଲୁଅ ବନ୍ଦ ରହିଛି। ଏହାକୁ ତୁରନ୍ତ ମରାମତି କରିବା ସହ ତୁରନ୍ତ ବନ୍ଦ ରହିଥିବା ଆଲୋକ ବ୍ୟବସ୍ଥାକୁ ସଜାଡିବାକୁ ସାଧାରଣରେ ଦାବି ହୋଇଛି ।

Comments are closed.