www.samajalive.in
Saturday, December 6, 2025
26.1 C
Bhubaneswar

ଚିନ୍ତା ଆପଣଙ୍କ ପାଇଁ ଏକ ସମସ୍ୟା ପାଲଟିଛି କି ? ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁ ମାନସିକ ଶାନ୍ତି ମିଳିବା କଷ୍ଟକର ହୋଇପଡ଼ୁଛି। ମାନସିକ ଦୁଶ୍ଚିତା କାରଣରୁ ଚିଡ଼ଚିଡ଼ା ଭାବ, କାର୍ଯ୍ୟରେ ଅନାଗ୍ରହ, ଅନିଦ୍ରା ଆଦି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। କିଛି ସ୍ୱତନ୍ତ୍ର ଖାଦ୍ୟଦ୍ରବ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଆପଣ ଚିନ୍ତାମୁକ୍ତ ସହ ସୁସ୍ଥ ରହିପାରିବେ। ଜାଣନ୍ତୁ ସେଭଳି ଖାଦ୍ୟଦ୍ରବ୍ୟ ବିଷୟରେ….
ଗ୍ରୀନ ଟି – ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏହା ଓଜନ ହ୍ରାସ କରିବା ସହ ମୁହଁକୁ ଉଜ୍ୱଳ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଶରୀର ଓ ମୁଣ୍ଡକୁ ଥଣ୍ଡା ରଖିବା ସହ ମାନସିକ ଚିନ୍ତା ଦୂର କରିଥାଏ।
ଓଟସ – ଏଥିରେ କାର୍ବୋହାଇଡ଼୍ରେଡ଼ ଓ ଫାଇବର ଭରପୁର ମାତ୍ରାରେ ରହିଥାଏ। ଏହାକୁ ଏକ ପ୍ରକାର ବ୍ରେନ କେମିକାଲ ବୋଲି ମଧ୍ୟ କୁହାଯାଏ। ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମସ୍ତିଷ୍କ ସତେଜ ରଖିଥାଏ।
ଡ଼ାର୍କ ଚକୋଲେଟ – ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ମୁହଁକୁ ମଧ୍ୟ ଉଜ୍ୱଳ କରିଥାଏ। ଚିନ୍ତା ଦୂର କରିଥାଏ।
ବ୍ଲୁବେରି – ଚିନ୍ତା ଓ ଥକ୍କାପଣ ଦୂର କରିବା ପାଇଁ ଏହା ଖୁବ ଲାଭଦାୟକ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହା ଥକ୍କାପଣ ଦୂର କରିଥାଏ ଓ  ମାନସିକ ଶାନ୍ତି ମିଳିଥାଏ।
ଡ଼୍ରାଏ ଫୁଟସ – ଶରୀରରୁ ସେଲେନିୟମ କମ ହେଲେ ଥକ୍କାପଣ, ଚିନ୍ତା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ଅଖରୋଟ, ବାଦାମ, ପିସ୍ତା, ଆଦିରେ ପ୍ରଚୁର ପରିମାଣରେ ସେଲେନିୟମ ରହିଛି। ଯାହା ଫଳରେ ଏହା ଆମ ପାଇଁ ଲାଭଦାୟକ ଅଟେ।
ଚିକେନ ସୁପ – ଚିକେନ ସୁପ ପିଇବା ଦ୍ୱାରା ମଧ୍ୟ ମାନସିକ ଶାନ୍ତି ମିଳିଥାଏ। ଚିନ୍ତା ଦୂର ହୋଇଥାଏ।
କ୍ଷୀର – ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ଚିନ୍ତା ଦୂର କରିଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories