ଲିଚୁ କୋଳିର ଉପକାରିତା
ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାର ହୋଇଥାଏ। ଫଳରେ ବହୁ ଭିଟାମିନ, ମିନେରାଲ୍ସ ଓ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ପାଇଁ ଖୁବ ଆବଶ୍ୟକ। ବର୍ତ୍ତମାନ ସମୟରେ ବଜାରରେ ଲିଚୁ କୋଳି ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଆସନ୍ତୁ ଜାଣିବା ଫଳ ମଧ୍ୟରୁ ଲିଚୁ ଶରୀର ପାଇଁ କି କି ଉପକାର କରେ।
ଲିଚୁ କୋଳିରେ ରହିଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଥିବା ହେତୁ ଏହା ଆମ ଶରୀରକୁ ସମସ୍ତ ପ୍ରକାରର ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଏଥିରେ ଥିବା ପଲିଫେନୋଲ୍ସ ଏବଂ ପ୍ରୋନ୍ଥୋସିନିଡ଼ିନ୍ସ କାରଣରୁ ଏହା ବ୍ୟକ୍ତିକୁ କର୍କଟ ରୋଗରୁ ରକ୍ଷା କରିଥାଏ।
ଲିଚୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ମୁହଁ ଉଜ୍ୱଳ ହୋଇଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ମସ୍ତିଷ୍କ ସୁସ୍ଥ ରହିଥାଏ।
ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
Comments are closed.