www.samajalive.in
Sunday, December 14, 2025
26.1 C
Bhubaneswar

ଆଇବିଏସ୍‌ଏ ସମ୍ମିଳନୀରେ ମୋଦୀଙ୍କ ଆହ୍ବାନ: ଆତଙ୍କବାଦ ବିରୋଧୀ ଲଢ଼େଇରେ ଦ୍ୱୈତ ମାନଦଣ୍ଡ ନ ରହୁ

ଜୋହାନ୍ସବର୍ଗ: ଜି-୨୦ ଶିଖର ସମ୍ମିଳନୀ ଅବସରରେ ରବିବାର ଏଠାରେ ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକକୁ ସମୟୋପଯୋଗୀ ବୋଲି ମୋଦୀ କହିଛନ୍ତି। ଆଇବିଏସ୍ଏ ସଦସ୍ୟ ଦେଶଙ୍କ ପ୍ରୟାସ କ୍ରମେ ଆଫ୍ରିକା ମାଟିରେ ପ୍ରଥମ କରି ଜି-୨୦ ସମ୍ମିଳନୀ ଆୟୋଜନ ସମ୍ଭବ ହୋଇପାରିଛି। ପରିଣାମସ୍ୱରୂପ ମାନବ-କୈନ୍ଦ୍ରିକ ବିକାଶ, ବହୁପାକ୍ଷିକ ସଂସ୍କାର ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଇବିଏସ୍ଏ କେବଳ ୩ଟି ଦେଶର ଏକ ଗୋଷ୍ଠୀ ନୁହେଁ ବରଂ ୩ଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ୩ଟି ପ୍ରମୁଖ ଅର୍ଥନୀତିକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ।

ମୋଦୀ କହିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବେ ଏକ ବିକଳ୍ପ ନୁହେଁ ବରଂ ଜରୁରୀ। ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଦୃଢ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼ିବା ସମୟରେ ଦ୍ୱୈତ ମାନଦଣ୍ଡର କୌଣସି ସ୍ଥାନ ରହିବା ଉଚିତ ନୁହେଁ। ମାନବ-କୈନ୍ଦ୍ରିକ ବିକାଶ ସୁନିଶ୍ଚିତ କରିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ତିନି ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନକୁ ସହଜ କରିବା ପାଇଁ ଏକ ‘ଆଇବିଏସ୍ଏ ଡିଜିଟାଲ ନବାଚାର ସଂଘ’ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଇଥିଲେ ମୋଦୀ। ପ୍ରଧାନମନ୍ତ୍ରୀ ନିରାପଦ, ବିଶ୍ୱସ୍ତ ଏବଂ ମାନବ-କୈନ୍ଦ୍ରିକ ଏଆଇ ମାନଦଣ୍ଡ ବିକାଶରେ ଆଇବିଏସଏର ଯୋଗଦାନ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଆଇବିଏସ୍ଏ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ। ଆଇବିଏସଏ ପରସ୍ପରର ବିକାଶର ପରିପୂରକ ହୋଇପାରିବ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ହୋଇପାରିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ ଏବଂ ସୌର ଶକ୍ତି ଭଳି କ୍ଷେତ୍ରରେ ୪୦ଟି ଦେଶରେ ପ୍ରକଳ୍ପଗୁଡିକୁ ସମର୍ଥନ କରିବାରେ ଆଇବିଏସଏ ପାଣ୍ଠିର ଉପଯୋଗକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।

- Advertisement -

ଜି-୨୦ ସମ୍ମିଳନୀ ଅବସରରେ ମୋଦୀ ରବିବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ, ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories