www.samajalive.in
Friday, December 5, 2025
20.1 C
Bhubaneswar

ଦୁଇ ଝିଅଙ୍କୁ ହତ୍ୟା କଲେ ଅଧ୍ୟାପିକା: କହିଲେ- ‘କାଲି ସତ୍ୟଯୁଗ ଆରମ୍ଭ ହେବ, ସେମାନେ ଜୀବିତ ହୋଇଯିବେ’

ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମା’ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଅଜବ କଥା କହିଛନ୍ତି, ଯାହା ପୁଲିସକୁ ଚିନ୍ତାରେ ପକାଇଛି। ଏହି ହତ୍ୟାକାଣ୍ଡରେ ମହିଳାଙ୍କ ସ୍ବାମୀ ମଧ୍ୟ ସାମିଲ ରହିଛନ୍ତି। ପୁଲିସ ଉଭୟଙ୍କୁ ଗିରଫ କରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଅଭିଯୁକ୍ତ ମହିଳା ଜଣେ ଅଧ୍ୟାପିକା ଏବଂ ତାଙ୍କ ସ୍ବାମୀ ଜଣେ ଅଧ୍ୟାପକ। ଉଭୟେ ଶିକ୍ଷିତ ହୋଇ ବି ଅନ୍ଧବିଶ୍ଵାସର ବଶବର୍ତ୍ତୀ ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକ୍କିତ କରିଛି।

ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲା ଅନ୍ତର୍ଗତ ମଦନାପଲ୍ଲେ ଅଞ୍ଚଳରେ। ହତ୍ୟାର ଶିକାର ହୋଇଛନ୍ତି ୨୭ ବର୍ଷୀୟା ଅଲେଖା ଏବଂ ୨୨ ବର୍ଷୀୟା ସାଇ ଦିବ୍ୟା। ଦୁଇ ଝିଅ ତାଙ୍କ ମା’ବାପାଙ୍କ ସହିତ ମଦନାପଲ୍ଲେର ଶିବାଳୟମ ଟେମ୍ପଲ ଷ୍ଟ୍ରିଟ୍‌ରେ ରହୁଥିଲେ। ବଡ଼ ଝିଅ ଅଲେଖା ଭୋପାଳର ଏକ ଶିକ୍ଷାନୁଷ୍ଠାନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସାନ ଝିଅ ଦିବ୍ୟା ବିବିଏ କରିଥିଲେ ଏବଂ ମୁମ୍ବଇର ଏ.ଆର. ରହମନ ମ୍ୟୁଜିକ ସ୍କୁଲର ଛାତ୍ରୀ ଥିଲେ। ଲକ୍‌ଡାଉନ ସମୟରେ ଘରକୁ ଫେରିଥିଲେ। ଗତ ରବିବାର ରାତିରେ ଅଧ୍ୟାପିକା ମା’ ଉଭୟ ଝିଅଙ୍କୁ ଡମ୍ବେଲରେ ଛେଚି ହତ୍ୟା କରିଥିଲେ।

- Advertisement -

ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି ଯେ, ଏହି ପରିବାର ଲକଡାଉନ ସମୟରୁ ଅଜବ ବ୍ୟବହାର ପ୍ରଦର୍ଶନ କରୁଥିଲେ। ରବିବାର ରାତିରେ ସେମାନଙ୍କ ଘରୁ ଚିତ୍କାର ଶୁଭିଥିଲା। ଫଳରେ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସେମାନଙ୍କୁ ଅଭିଯୁକ୍ତ ଦମ୍ପତ୍ତି ଘରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ପୁଲିସ ଜୋର ଜବରଦସ୍ତି ଘରେ ପଶି ଦେଖିବା ପରେ ତାଜୁବ ହୋଇଯାଇଥିଲା। ଗୋଟିଏ ମୃତଦେହ ପୂଜା ଘରେ ପଡ଼ିଥିଲାବେଳେ ଅନ୍ୟଟି ରୁମ୍‌ରେ ପଡ଼ିଥିଲା। ମୃତଦେହ ଦୁଇଟି ଲାଲ୍‌ କନାରେ ବନ୍ଧାଯାଇଥିଲା।

ପୁଲିସ କହିଛି ଯେ, ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ତେବେ ଏଭଳି ଜଘନ୍ୟ ଅପରାଧ ଘଟାଇବା ସତ୍ବେ ସେମାନଙ୍କ ମନରେ ଟିକେ ବି ପଶ୍ଚାତାପ ନ ଥିଲା। ଦୁଇ ଝିଅଙ୍କୁ ହତ୍ୟାର କାରଣ ପଚରାଯିବାରୁ ଅଭିଯୁକ୍ତ ଦ୍ବୟ ଉତ୍ତର ଦେଇଥିଲେ ଯେ, ସେମାନଙ୍କ ଦୁଇ ଝିଅ ସୂର୍ଯ୍ୟ ଉଦୟ ପରେ ଜୀବିତ ହୋଇଯିବେ। କାରଣ ଆଜି କଳିଯୁଗ ଶେଷ ହୋଇଯିବ ଏବଂ ସୋମବାରଠାରୁ ସତ୍ୟ ଯୁଗ ଆରମ୍ଭ ହେବ। ସେମାନଙ୍କ ଏପରି କଥା ଶୁଣି ପୁଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories