www.samajalive.in
Saturday, December 6, 2025
19.1 C
Bhubaneswar

ଏନଡିଏ ଛାଡିବାକୁ ଚିରାଗଙ୍କୁ କହିଲେ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବୁଧବାର ଚିରାଗ ପାଶ୍ୱାନଙ୍କୁ ତାଙ୍କ ଦଳରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏଥିସହିତ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ବିଭାଜନ ପାଇଁ ସେ ଜେଡି(ୟୁ)କୁ ଦାୟୀ କରିଛନ୍ତି। ତେଜସ୍ୱୀ କହିଛନ୍ତି, ଏତେସବୁ ଘଟଣା ଘଟିବା ପରେ ଚିରାଗ ଏନଡିଏରେ ରହିବେ କି ନାହିଁ ତାହା ଚିନ୍ତା କରିବା ସମୟ ଆସିଛି। ଏଲଜେପିରେ ବିଭାଜନ ପାଇଁ ଜେଡି(ୟୁ) ଦାୟୀ ବୋଲି ଅଭିଯୋଗ କରି ତେଜସ୍ୱୀ ୨୦୦୫ ଓ ୨୦୧୦ର ଘଟଣାକୁ ମନେ ପକାଇଦେଇଛନ୍ତି। ତେଜସ୍ୱୀ କହିଛନ୍ତି ରାମବିଳାସ ପାଶ୍ୱାନ ତାଙ୍କ ନିଜ ଲୋକସଭା ଆସନରୁ ହାରଯିବା ପରେ ତାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିବାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ସହାୟତା କରିଥିଲେ। ତେବେ ସେହି ସମୟରେ ମଧ୍ୟ ଏଲଜେପିରେ ବିଭାଜନ ଉଦ୍ୟମ କରାଯାଇଥିଲା। ସେଥିପାଇଁ ବର୍ତ୍ତମାନ କାହା ସହିତ ଛିଡାହେବେ ତାହା ଭାବିବା ସମୟ ଚିରାଗ ପାଶ୍ୱାନଙ୍କ ପାଇଁ ଆସିଛି ବୋଲି ତେଜସ୍ୱୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଏଲଜେପିରେ ସଂପ୍ରତି ଚାଲିଥିବା ସଙ୍କଟ ପଛରେ ତାଙ୍କ କିଛି ଭୂମିକା ନାହିଁ ବୋଲି ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିବା ପରେ ତେଜସ୍ୱୀ ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଇତିମଧ୍ୟରେ ଚିରାଗ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ଭାଜପା ସହିତ ତାଙ୍କର ସଂପର୍କ ଏକପାଖିଆ ହୋଇ ରହିବନାହିଁ ଏବଂ ତାଙ୍କୁ କୋଣଠେସା କରିବା ଉଦ୍ୟମ ଯଦି ଲାଗିରହେ ତେବେ ସେ ସମସ୍ତ ସମ୍ଭାବ୍ୟତା ସମ୍ପର୍କରେ ବିଚାର କରିବେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories