www.samajalive.in
Sunday, December 7, 2025
23.1 C
Bhubaneswar

ଶାଗର କରାମତି

ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଶୀତ ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ବିଭିନ୍ନ କିସମର ଶାଗକୁ ସାମିଲ କରନ୍ତୁ।
ମୂଳା ଶାଗ: ମୂଳା ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ରରେ ଲୌହ, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଛି। ଆପଣ ବିଭିନ୍ନ ଉପାୟରେ ମୂଳା ପତ୍ର ଖାଇପାରିବେ……..
ଏହି ଉପାୟରେ ମୂଳା ପତ୍ର ବ୍ୟବହାର କରନ୍ତୁ: ମଧୁମେହ ରୋଗୀମାନେ ସାଲାଡ ଆକାରରେ ମୂଳା ପତ୍ର ଖାଇପାରିବେ । ଏହା ବ୍ୟତୀତ ଖାଲି ପେଟରେ ମୂଳା ପତ୍ରର ରସ ପିଇବା ମଧ୍ୟ ଲାଭଦାୟକ ।
ମୂଳା ପତ୍ରକୁ ଭାଜି ଅଳ୍ପ ଲୁଣ ପକାଇ ଖାଇପାରିବେ। ପତ୍ର ବ୍ୟତୀତ ମୂଳାକୁ ସାଲାଡ ଆକାରରେ ମଧ୍ୟ ଖାଇ ପାରିବେ ।
ମଧୁମେହ ରୋଗୀ କାକୁଡି-ମୂଳା ସାଲାଡ୍ କିମ୍ବା ରସ ଆକାରରେ ଖାଇପାରିବେ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।
ମେଥି ଶାଗ, ଏହାକୁ ବିଭିନ୍ନ ଉପାୟରେ ଉପଯୋଗ କରିହେବ। ଏଇ ଶାଗକୁ ଭାଜି ନଚେତ୍ ମେଥି ଶାଗର ରୁଟି ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ। ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ବ ମେଥି ଶାଗରେ ମହଜୁଦ୍ ଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରେ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇଲେ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ।
ପଞ୍ଜାବରେ ଶୀତଦିନିଆ ମୁଖ୍ୟ ଭୋଜନ ଭାବେ ମକ୍କା ରୁଟି ଓ ସୋରିଷ ସାଗ ଜଣାଯାଏ। ସୁଆଦିଆ ଏଇ ସୋରିଷ ଶାଗ ଆମ ଆଖିର ଜ୍ୟୋତି ବଢ଼ାଇବାରେ ସହାୟକ। ଭିଟାମିନ୍ ଏ, ବି-୧୨, ସି, ଫାଇବର୍, ଲୌହ ଭରପୂର ସୋରିଷ ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ନିୟମିତ ଏଇ ଶାଗ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହୁଥିବାର ଅନୁଧ୍ୟାନରୁ ପ୍ରକାଶ।
ପାଳଙ୍ଗ ଶାଗ –
ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ।
ସବୁ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ଶୀତଋତୁରେ ନିୟମିତ ଖାଇବାର ଅଭ୍ୟାସ କରନ୍ତୁ। ଶୀତରେ କେଶଝଡ଼ା ସମସ୍ୟା ସବୁଠୁ ଅଧିକ, ପାଳଙ୍ଗ ଶାଗର ପୋଷକତତ୍ତ୍ବ କେଶ ଘନତ୍ବ ବୃଦ୍ଧିରେ ସହାୟକ ହୋଇଥାଏ। ଫାଇବର୍, ପ୍ରୋଟିନ୍ ଭରପୂର ଏହି ଶାଗ ଖାଇଲେ ଶରୀରକୁ ଶକ୍ତି ମଧ୍ୟ ମିଳେ।
ଲେଉଟିଆ, ବ୍ରାହ୍ମୀ, ଶୁନଶୁନିଆ ଇତ୍ୟାଦି ଯେ କୌଣସି ପ୍ରକାରର ଶାଗ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ବିଶେଷ କରି ଶୀତଦିନିଆ ପରିବେଶରେ ଶରୀରକୁ ଏସବୁ ଶାଗ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories