ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ୩୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇଥିଲେ। ନବନିର୍ବାଚିତ ବିଧାୟକଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ସହିତ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କଯାଇଥିଲା
ସମ୍ମାନୀତ ଅତିଥି ଭାବେ ପୁର୍ବତନ ସାଂସଦ ଝିନ୍ନ ହିକକାଙ୍କ ସମ୍ମେତ ଯୁକ୍ତ ୩ ପରିଚାଳନା କମିଟି ସଭାପତି ଧନୁର୍ଦ୍ଧର ବିଷୋୟୀ, ଯୁକ୍ତ ୩ ଅଧ୍ୟକ୍ଷ ବିଜୁ ମୁଦୁଲି, ପୁର୍ବତନ ସମ୍ପାଦକ ମାଧବ ସାହୁ ଓ ମୁଖ୍ୟ ବକ୍ତା ଭାବେ ପୁର୍ବତନ ଅଧ୍ୟକ୍ଷ ବୀରେନ କୁମାର ଶତପଥୀ ଯୋଗଦେଇଥିଲେ।
ଉକ୍ତ ମହାବିଦ୍ୟାଳୟ ଟି ୧୯୯୦ ମସିହାରେ ଯୁକ୍ତ ଦୁଇରେ ପ୍ରତିଷ୍ଠା ହୋଇଥିବା ବେଳେ ବହୁତ ଝଡ଼ଝଞ୍ଜା ଦେଇ ବର୍ତ୍ତମାନ ମହାଦ୍ରୁମରେ ପରିଣତ ହୋଇଥିବା ବେଳେ ଏଥିରେ ଅନେକ ଲୋକଙ୍କ ଅବଦାନର ତୁଳନା ନାହିଁ ବୋଲି ମଞ୍ଚାସୀନ ସମସ୍ତେ କହିଥିଲେ। ଯେଉଁମାନେ ଆଜି ନାହାନ୍ତି ସେମାନଙ୍କ ମଧ୍ୟରେ ନିରଞ୍ଜନ ମହାନନ୍ଦିଆ, ରବି କୁମାର ମହାନ୍ତି, ମୁସୁରୀ ସାଉନ୍ତା, ପୁର୍ଣ୍ଣ ଚନ୍ଦ୍ର ସାହୁ, ଓ କର୍ମି କର୍କରରା ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ।
ଆରମ୍ଭରୁ ଲକ୍ଷ୍ମୀପୁର ସମେତେ ନାରାୟଣ ପାଟଣା, ବନ୍ଧୁଗାଁ ଦଶମନ୍ତପୁର ସହିତ ରାୟଗଡା ଜିଲାର କାଶୀପୁର ବ୍ଲକର
ପିଲାମାନେ ମଧ୍ୟ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ବର୍ତ୍ତମାନ କିଛି ବ୍ଲକରେ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲାଣି ତେବେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନ ଠାରୁ ଉର୍ଦ୍ଧ୍ବରେ ବୋଲି କହିଥିଲେ। ଏଥିସହିତ ଉତ୍ତମ ଛାତ୍ରଛାତ୍ରୀ ଭାବେ ଅଞ୍ଚଳ, ଜିଲା ଓ ରାଜ୍ୟର ନାଁ ରଖିବା ପାଇଁ ସମସ୍ତେ ପରାମର୍ଶ ଦେଇଥିଲେ।
ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ. ଜଗନ୍ନାଥ ରଥ ମଞ୍ଚ ପରିଚାଳନା କରିଥିଲେ। ଅଧ୍ଯାପକ, ଅଧ୍ଯାପିକା, ଛାତ୍ରଛାତ୍ରୀ ଙ୍କ ସହିତ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।
Comments are closed.