www.samajalive.in
Friday, December 5, 2025
20.1 C
Bhubaneswar

କଂଗ୍ରେସ ପକ୍ଷରୁ କାକିରିଗୁମା ଓ ଲକ୍ଷ୍ମୀପୁରରେ ପ୍ରଚାର

ଲକ୍ଷ୍ମୀପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲକ୍ଷ୍ମୀପୁର ବ୍ଳକର ଦୁଇଟି ଜୋନ କାକିରିଗୁମା ଓ ଲକ୍ଷ୍ମୀପୁର ଠାରେ କଂଗ୍ରେସ ପକ୍ଷରୁ ପ୍ରଚାର ଓ ରୋଡ୍ ଶୋ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦୁଇଟି ଜୋନର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ ମାଗିଥିଲେ।
ପ୍ରଥମେ କାକିରିଗୁମାରେ ଦାମନଯୋଡ଼ି ଛକ ଠାରୁ ଲ୍ୟାମ୍ପ ଛକ ପର୍ଯ୍ୟନ୍ତ ରୋଡ୍ ଶୋରେ ଆସି କିଛି ଦୂରରେ ଏକ ସଭାରେ ଯୋଗଦେଇ ହେଙ୍ଗୁ ସାଉନ୍ତାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଥିଲେ। ଏଠାରେ ଜିଲା ସଭାପତି ମିନାକ୍ଷୀ ବାହିନୀ , ଜିଲା ଯୁବ କଂଗ୍ରେସ ସମ୍ପ।ଦକ ପବିତ୍ର ସାଉନ୍ତା, ବ୍ଲକ ସଭାପତି କୈଳାସ ଖୋସ୍ଲା, ଜିତେନ୍ଦ୍ର ବିଷୋଇ, ମଣ୍ଟି ଖରା ଜିଲା ମହିଳା କଂଗ୍ରେସ ସଭାପତି ନଳିନୀ ରଥ ପ୍ରମୁଖ ଯୋଗ ଦେଇଥିଲେ।
ଏଠାରେ ଶତାଧିକ ମହିଳା ଓ ପୁରୁଷମାନେ ହାତରେ ଦଳୀୟ ପତାକା ଧରି ବା ସହିତ ବାଜା ଓ ନାଚରେ ବଜାର କମ୍ପି ଉଠିଲା।
ପରେ ଲକ୍ଷ୍ମୀପୁର ରେଳବାଇ ଛକରୁ ଟେଲିଫୋନ ଅଫିସ ପର୍ଯ୍ୟନ୍ତ ଆସି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦଳର ପ୍ରାର୍ଥୀ ପିଙ୍କି ହିମିରିକାଙ୍କ ପାଇଁ ପ୍ରଚାର କରି ହାତ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories