www.samajalive.in
Saturday, December 6, 2025
19.1 C
Bhubaneswar

ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ୯ ମାସର ଶିଶୁ ଉଦ୍ଧାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ଡାହାଣୀପଦର ଗ୍ରାମର ନରି ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଅମି ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ୯ ମାସର ଏକ ଶିଶୁପୁତ୍ର ସମେତ ଆଉ ତିନୋଟି ଶିଶୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ଖବର ମିଳିଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଲବର ସକ୍ରିୟ ସଦସ୍ୟ ତଥା ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ଗାଁକୁ ଯିବା ସହିତ ତାଙ୍କ ସହାୟତା ଓ ଲାଞ୍ଜିଗଡ ପ୍ରେସ କ୍ଲବର ସଭାପତି ସୁଶୀଲ କୁମାର ବାଗ, ସ୍ବେଛାସେବୀ ଏସ. ସୁଜାତା, ଯୁବ ସମାଜସେବୀ ମନୀଷ ସାହୁଙ୍କ ଉଦ୍ୟମ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହିତ ଯୋଗାଯୋଗ କରାଯାଇ ୯ ମାସର ଛୋଟ ଶିଶୁକୁ ଉଦ୍ଧାର କରି ଭବାନୀପାଟଣାସ୍ଥିତ ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଛି।

ସୂଚନାଯୋଗ୍ୟ, ପତ୍ନୀଙ୍କ ଅକାଳ ମୃତ୍ୟୁ ପରେ ନରି ମାଝୀ ନିଜ ଜନ୍ମିତ ଶିଶୁମାନଙ୍କ ଭରଣପୋଷଣ ଓ ସେବାଯତ୍ନ କରିବା ପାଇଁ ସକ୍ଷମ ନଥିବା ଖବର ଶୁଣି ଶ୍ରୀ ପଣ୍ଡା ଓ ଶ୍ରୀ ସାହୁ ଡାହାଣୀପଦର ଗାଁକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ଅନ୍ୟମାନଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହିତ ଯୋଗାଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ଶିଶୁକୁ ଉଦ୍ଧାର ଓ ଥଇଥାନ କରାଯାଇପାରିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories