www.samajalive.in
Tuesday, November 18, 2025
27.1 C
Bhubaneswar

ବେଦାନ୍ତ ଲିମିଟେଡ ଓ ହସ୍ପିଟାଲ ତରଫରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର

ଲାଞ୍ଜିଗଡ : ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଏବଂ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡଠାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅମିତ କୁମାର, ସିଏସ୍ଆର୍ ବିଭାଗର କାର୍ଯ୍ୟନିର୍ବାହୀ ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରର ବେଦାନ୍ତ ହସ୍ପିଟାଲର ମୋବାଇଲ ହେଲ୍‌ଥ ୟୁନିଟର ମେଡିକାଲ ଅଫିସର ଡା.ପ୍ରଶାନ୍ତ ପରମାଣିକ, ଆସିଷ୍ଟାଣ୍ଟ କମ୍ୟୁନିଟି ମ୍ୟାନେଜର ଅଶୋକ ଖୋରା ଓ ମହେନ୍ଦ୍ର ନିଆଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୪୦ ଜଣ ବୃଦ୍ଧବୃଦ୍ଧା ଓ ଚକ୍ଷୁରୋଗୀଙ୍କ ପରୀକ୍ଷା ଓ ପରାମର୍ଶ ସହିତ ଅସ୍ତ୍ରୋପଚାର ପାଇଁ ଭବାନୀପାଟଣାସ୍ଥିତ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପଠାଯାଇଛି । ଶିବିର ପରିଚାଳନାରେ ବେଦାନ୍ତ ହସ୍ପିଟାଲ ଓ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Hot this week

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

Related Articles

Popular Categories