www.samajalive.in
Saturday, December 6, 2025
23.1 C
Bhubaneswar

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ ଜଣେ ମହିଳାଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ଶାଶୁଘର ଲୋକେ ସୂଚନା ଦେଇଥିବାବେଳେ ନିର୍ୟାତନା ଦେଇ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବାବେଳେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅପରପକ୍ଷରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।
ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ମସ୍କାପଦର ଗାଁର ମିତା ହରିଜନ ନାମକ ଜଣେ ଯୁବତୀଙ୍କୁ ଜଗନ୍ନାଥପୁରର ପ୍ରଶାନ୍ତ ଦୁର୍ଗା ନାମକ ଜଣେ ଯୁବକ ବିବାହ କରିଥିଲେ । ତେବେ ବିବାହ ପରଠୁ ତାଙ୍କୁ ନିର୍ୟାତନା ଦିଆଯିବା ସହ ସ୍ବାମୀ ପ୍ରଶାନ୍ତ ମିତାକୁ ମାରଧର କରୁଥିବା ନେଇ ଝିଅଘର ଲୋକେ ଏତଲାରେ ଦର୍ଶାଇଛନ୍ତି । ସେହିପରି ତାକୁ ମାରଧର କରିଥିବାବେଳେ ଶାଶୁଘର ଲୋକେ ମିତାକୁ ବିଷ ପିଆଇ ମାରି ଦେଇଥିବା ନେଇ ଝିଅଘର ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ବରେ ପୁଲିସବାହିନୀ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories